ଲୋକନାଥ ବିଏମସି ଆସିଷ୍ଟାଣ୍ଟ କମିଶନର

 ଭୁବନେଶ୍ୱର:  ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଆରଏସ ଓ ଓଏମଏଏସସ୍ତରରେ ଅଦଳବଦଳ କରାଯାଇଛି  । ଲୋକନାଥ ବେଜଙ୍କୁ ଭୁବନେଶ୍ୱର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବିଶାଳ ଗୌରବ ମଲ୍ଲିକଙ୍କୁ ବ୍ରହ୍ମପୁର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ସେହିପରି ସ୍ମୃତି ସ୍ୱାଇଁଙ୍କୁ ବିଏମସି ଓଏସଡ଼ି ଭାବେ ଏବଂ ଶୁଭଶ୍ରୀ ମଲ୍ଲିକଙ୍କୁ ସିଏମସି ଓଏସଡ଼ି ଭାବେ ନିଯୁକ୍ତି ଦିଆଯାଇଛି  । ଅପରପକ୍ଷରେ ଅକୀର୍ତ୍ତି ଗୋଏଙ୍କାଙ୍କୁ ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ, ପ୍ରମୋଦ କୁମାର ପାଢ଼ୀଙ୍କୁ ଭବାନୀପାଟଣା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓ ଶ୍ରୀନିବାସ ମିର୍ଦ୍ଧାଙ୍କୁ ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  ।