ରାଜ୍ୟ ପୁଲିସ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ଶୁଭାରମ୍ଭ
ଭୁବନେଶ୍ୱର : ଶନିବାର କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୁଲିସ୍ ଗ୍ରାଉଣ୍ଡ ପରିସରରେ ୭୩ତମ ରାଜ୍ୟ ପୁଲିସ ଆଥ୍ଲେଟିକ୍ ଚାମ୍ପିଅନସିପ୍ ୨୦୨୫ ଶୁଭାରମ୍ଭ ହୋଇଯାଇଛି । ଆଇପିଏସ୍ ନିଦେ୍ର୍ଦଶକ (ଗୁଇନ୍ଦା) ବିଭାଗର ଆର୍ପି କୋଚେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ କି, " ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ । ଏହି ଅବସରରେ ଚାମ୍ପିଅନ୍ସିପ୍ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଏହି ଚାମ୍ପିଅନ୍ସିପ୍ରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ଟି ପୁଲିସ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି । ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ଏହି ଚାମ୍ପିଅନ୍ସିପ୍ରେ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏବଂ କଟକ ଡିସିପି ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଇଜି ଏସ୍ ପ୍ରବୀଣ କୁମାର, ଏଆଇଜି ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।