ଶନିଶ୍ଚରଙ୍କ ମୁଖଶାଳା ନିର୍ମାଣ ଦାବି 

 ବରୀ : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତର ମହମ୍ମଦଜମାପୁର ଗ୍ରାମର ୱାର୍ଡ ନମ୍ବର ୬ ଠାରେ ଦୀର୍ଘ ୪୦ ବର୍ଷରୁ ଊଦ୍ଧ୍ୱର୍ ହେବ ଶନିଚର ପୂଜା ପାଇ ଆସୁଛନ୍ତି । ହେଲେ ଠାକୁରଙ୍କ ସମ୍ମୁଖ ମୁଖଶାଳା ଖୋଳାରେ ରହିଛି । ଫଳରେ ଛତିଶଦେବିଲ, ଭଅଁରା, ବୋଦୁଅ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଏହି ସ୍ଥାନକୁ ଠାକୁରଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ବିଶେଷ ଭାବେ ବୈଶାଖ ମାସରେ ଶନିଚରଙ୍କ ପୂଜା ମହା ସମାରୋହ ସହକାରେ ଅନୁଷ୍ଠିତ ହୋଇଥିବାବେଳେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ରୁଣ୍ଡ ହୋଇଥାନ୍ତି । ଖରାରେ ଠିଆ ହୋଇ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ଗ୍ରାମବାସୀଙ୍କ ପକ୍ଷରୁ  ଏଠାରେ ମୁଖଶାଳା ନିର୍ମାଣ ପାଇଁ ଦାବି ହେଉଛି ।