ମେଧାବୀ ସମ୍ବର୍ଦ୍ଧନା ଉତ୍ସବ
ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଶହୀଦନଗର ସ୍ଥିତ ଶହୀଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ତିଲୋତ୍ତମା ଦାଶ ସଭାରେ ପୌରହିତ୍ୟ କରିଥିଲେ । ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଥିବା ଛାତ୍ରୀ ସୁଶ୍ରୀ ଶ୍ରୀମା ସାହୁ, ମଧୁସ୍ମିତା ତ୍ରିପାଠୀ, ଲିଜାରାଣୀ ଜେନା, ସ୍ୱାଗତିକା ବେହେରା, ଶ୍ରଦ୍ଧା ମଳିକ, ରଶ୍ମି ରଞ୍ଜିତା ସାହୁ, ମାଧବୀ ନାୟକ, ସୁନିତା ମୁଦୁଲି, ଇତିଶ୍ରୀ ମଞ୍ଜରୀ ନାଥ ଏବଂ ସୁଚିସ୍ମିତା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଡ଼ଃ ମୁରଲୀଧର ଶତପଥୀ, ମୃତୁ୍ୟଞ୍ଜୟ ମଣ୍ଡଳ, ରବୀନ୍ଦ୍ର ମହାପାତ୍ର, ପ୍ରଦୁ୍ୟମ୍ନ ପଣ୍ଡା, ଉମାକାନ୍ତ ମଲିକ, ବସନ୍ତ ବେହେରା, ଅଧ୍ୟାପିକା ମଧୁସ୍ମିତା ସାହୁ, ରୁକିୟା କାଦ୍ରୀ, ଅର୍ପିତା ବେହେରା ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗ ଦେଇ ଉଦ୍ୟମ ଓ ଆତ୍ମ ବିଶ୍ୱାସ ସଫଳତା ଆଣି ଦେଇଥାଏ ବୋଲି ପ୍ରକାଶ କରିଥିଲେ । ଅଧ୍ୟାପକ ରାଜେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଶିକ୍ଷା କର୍ମଚାରୀ ବ୍ରହ୍ମାନନ୍ଦ ଖଟୁଆ, ଅଜୟ ନାୟକ, ସୁବୋଧ ସାହୁ, ବିଦ୍ୟାଧର ସେଠୀ, କୃଷ୍ଣଚନ୍ଦ୍ର ବାରିକ, ବିଜୟ ସାହୁ, ସଚ୍ଚିକାନ୍ତ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।