ପର୍ଯ୍ୟବେକ୍ଷକଙ୍କ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ସୁପରି·ଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଗୁରୁବାର ସାଧାରଣ ଓ ପୁଲିସ୍ ପର୍ଯ୍ୟବେକ୍ଷକଗଣ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବାଲେଶ୍ୱର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଜି ପ୍ରକାଶ, ଅରୁଣ ସେଖରୀ ଓ ପୁଲିସ୍ ପର୍ଯ୍ୟବେକ୍ଷକ ଏଜି ଚୈହାନ, ଅଶୋକ କୁମାର ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୀଷ ଠାକରେ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ସମସ୍ତ ତଥ୍ୟର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ଉପସ୍ଥିତ ଆରକ୍ଷୀ ମହାନିରୀକ୍ଷକ, ଦୀପକ କୁମାର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ ।
ସାଧାରଣ ପର୍ଯ୍ୟବେକ୍ଷକଗଣ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇଭିଏମ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ, ସି ଭିଜିଲ ରିପୋର୍ଟ, ପୋଷ୍ଟଲ ବାଲାଟ, ହୋମ ଭୋଟିଂ, ସମ୍ବେଦନଶୀଳ ବୁଥ, ପୁଲିସ୍ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ, ଫ୍ଲାଇଙ୍ଗ ସ୍କ୍ୱାର୍ଡ଼, ଏସଏସଟି, ପୁଲିସ୍ ଟିମ୍ ଓ ଅବକାରୀ ବିଭାଗ ଦ୍ୱାରା ବେଆଇନ ନିଶାଦ୍ରବ୍ୟ, ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ । ବାଲେଶ୍ୱର ଜିଲ୍ଲାର ନିର୍ବାଚନ ପରି·ଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଜୁନ ୧ ତାରିଖରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରି·ଳନା ସମ୍ପୂର୍ଣ ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସମସ୍ତ ପର୍ଯ୍ୟବେକ୍ଷକ ଜିଲ୍ଲାରେ ·ଲୁଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଓ ଅନ୍ୟାନ୍ୟ ପ୍ରସଙ୍ଗ ସବୁ ଦେଖି ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।