ବ୍ୟୋମକେଶଙ୍କ ବାଇକ୍ ରାଲି

ତିହିଡି: ଭଦ୍ରକ ଜିଲ୍ଲା ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ଡ.ବ୍ୟୋମକେଶ ରାୟଙ୍କ ଦମଦାର ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି । ପୀରହାଟ ମଝିବଜାର ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବାହାରି ବାସନ୍ତୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ରାୟ ଏକ ଖୋଲା ଗାଡିରେ ଶୋଭାଯାତ୍ରାରେ ବାହାରି ଥିବାବେଳେ ୩ ଶହରୁ ଊଦ୍ଧ୍ୱର୍ ବାଇକ୍ ପଞ୍ଚାୟତର ସମସ୍ତ ଗାଁ ଗଣ୍ଡା ପରିକ୍ରମା କରିଥିଲେ । ସରପଞ୍ଚ ପ୍ରଭାତ ମିଶ୍ରଙ୍କ ନେତୃତ୍ୱରେ ·ନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ବରିଷ୍ଠ ନେତା ବୈଲୋଚନ ନାୟକ ଓ ହରିଶ୍ଚନ୍ଦ୍ର ବାରିକ, ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ସାହୁ, ପୂର୍ବତନ ସମିତି ସଭ୍ୟ ବାବୁରାମ ବାରିକ, ସମିତି ସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି, ହିମାଦ୍ରୀ ମିଶ୍ର, ସୁବାଶ ବାରିକ, ଶରତ ରାଉତ, ଗଣେଷ ମିଶ୍ର, କାର୍ତ୍ତିକ ପଶୁପାଳକ, ଦୁଃଶାସନ ଜେନା, ବସନ୍ତ ବେହେରା, ନିଳାମ୍ବର ବେହେରା, ବିଶ୍ୱନାଥ ବାରିକ, ଜ୍ୟୋତିର୍ମୟ ବଳ, ହରିହର ଦାସ, ଅନାମ ସାହୁ, ହଗରା ଜେନା, ମଙ୍ଗିଳିଆ ଜେନା, ଝୁଲା ଜେନା, ପୂର୍ଣ୍ଣାଚନ୍ଦ୍ର ଓଝା, ରାଜେନ୍ଦ୍ର ମହାନ୍ତି, ବୃନ୍ଦାବନ ଜେନା, ମଧୁସୂଦନ ଜେନା, ଅଶୋକ ମହାନ୍ତି, ମହେଶ୍ୱର ବେହେରା ଓ ଭାଗବତ ଭୋଳ ପ୍ରମୁଖ ୬ ଶହରୁ ଊଦ୍ଧ୍ୱର୍ ନେତା, ଛାମୁଆ ନେତା ଓ କର୍ମୀ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।