ଦାନା ପ୍ରଭାବିତ ଅଞ୍ଚଳରେ ଟିପିଏନଓଡିଏଲ୍ ବାଣ୍ଟିଲା ରିଲିଫ୍ ସାମଗ୍ରୀ

ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ଟିପିଏନଓଡ଼ିଏଲ ପକ୍ଷରୁ ବାତ୍ୟା ‘ଦାନା’ ପ୍ରଭାବିତ ଭଦ୍ରକ ଜିଲାର ବନ୍ତ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ଗାଁରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଟିପିଏନଓଡ଼ିଏଲର କର୍ମଚାରୀ ଓ ସିଏସଆର ପାଣ୍ଠି ବିନିଯୋଗରେ ସାମଗ୍ରୀ ବଣ୍ଟନ କରାଯାଇଥିବାବେଳେ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ଡାଲି, ଅଟା, ସୋରିଷ ତେଲ, ଛତୁଆ, ବିସ୍କୁଟ, ତାରପଲିନ୍ ଆଦି ସାମଗ୍ରୀ ସମ୍ପୃକ୍ତ ଅଞ୍ଚଳର ୬୦ରୁ ଅଧିକ ପରିବାରକୁ ବଣ୍ଟନ କରାଯାଇଛି । ବନ୍ତ ବ୍ଲକ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଓ ଟିପିଏନଓଡ଼ିଏଲର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଟିପିଏନଓଡ଼ିଏଲର ଏଭଳି ମହତ୍ ପଦକ୍ଷେପକୁ ସେମାନେ ପ୍ରସଂଶା କରିଥିଲେ । ବାତ୍ୟା ପରବର୍ତ୍ତୀ ଯୁଦ୍ଧକାଳୀନ ବିଦୁ୍ୟତ ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ବିଡିଓ ଉଚ୍ଚ ପ୍ରସଂଶା କରିବା ସହ ସାଧୁବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ୱିଜଦାସ ବସାକ କହିଥିଲେ ଯେ, ଟାଟା ଗ୍ରୁପ ସର୍ବଦା ଜରୁରୀକାଳିନ ସମୟରେ ଲୋକଙ୍କ ସହିତ ରହିବା ସହ ସମାଜର ଉନ୍ନତି ଦିଗରେ ତତ୍ପର ରହି ଆସିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଜରୁରୀକାଳୀନ ସାମଗ୍ରୀ ବଣ୍ଟାଯିବା ସହ ମୌଳିକ ଚିକିତ୍ସା ସେବା ପାଇଁ ମୋବାଇଲ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ସାମାଜିକ ସେବା କ୍ଷେତ୍ରରେ ଟିପିଏନଓଡିଏଲ୍ ସର୍ବଦା ଉଲ୍ଲେଖନୀୟ ଯୋଗଦାନ ଦେଇ ଆସିଥିବା ସେ ଦର୍ଶାଇଥିଲେ ।