ଇସ୍ପାତ ଖଣିରେ ଦୁର୍ଘଟଣା ବର୍ତ୍ତିଲେ ଚାଳକ

କାଳିଆପାଣି : ବାଲେଶ୍ୱର ଆଲୋଏଜ (ଇସ୍ପାତ)ଖଣିରେ ଆଜି ଟ୍ରକ ଦୁର୍ଘଟଣା ଘଟିଛି । ଖବର ମୁତାବକ ଟ୍ରକଟି ଏକ ମାଟି ଡମ୍ପ କଡେ କଡେ ଆସୁଥିବା ବେଳେ ହଠାତ ପଛପଟ ଏକ ଡ୍ରେନ ଭିତରକୁ ଖସି ପଡିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ଜଣକ ଅଳ୍ପକେ ବର୍ତୀ ଯାଇଥିଲେ । ତେବେ ଇସ୍ପାତ ଖଣି ଭିତରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଖଣି ମଧ୍ୟରେ ଅନେକ ଥର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା କମ୍ପାନୀ ଏହାର ପ୍ରତିକାର କରିବାକୁ ଉଚିତ ମଣିନାହିଁ । ଗତବର୍ଷା ଦିନେ ଏହାର ଏକ ମାଟି ଡମ୍ପ ହଠାତ ଭୁଷୁଡ଼ି ପଡିବାରୁ କେତେ ଗୁଡିଏ ମାଟିଖୋଳା ମେସିନ ସହିତ କିଛି କର୍ମଚାରୀ ଏହା ଭିତରେ ଫସି ଯାଇଥିଲେ । ବାରମ୍ବାର ଖଣିରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ କମ୍ପାନୀ ଏହାର ସୁରକ୍ଷା ପ୍ରତି ଆଦୌ ସମ୍ବେଦନଶୀଳ ନଥିବାର ଅଭିଯୋଗ ଆସିଛି ।