ଶ୍ରମିକ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର: ଶ୍ରମିକନେତା ତଥା ଯୁବସମାଜସେବୀ ବିକାଶ ଦାସଙ୍କ ଅକାଳ ବିୟୋଗରେ ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ଶ୍ରମ ଦପ୍ତର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବିଏମ୍ଏସ୍ର ରାଜ୍ୟନେତା ପୃଥ୍ୱୀରାଜ ପଣ୍ଡା, ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଓ ଶରତ ଚନ୍ଦ୍ର ଦଳାଇ, ଏଚ୍ଏମ୍ଏସ୍ର ଜିଲ୍ଲା ନିର୍ମାଣଶ୍ରମିକ ନେତା ପିତାମ୍ବର ମାଝୀ, ଆଇଏନ୍ଟିୟୁସି ନେତ୍ରୀ ବାସନ୍ତୀ ସାମଲ, ସିଆଇଟିୟୁ ନେତା ପ୍ରେମରଞ୍ଜନ ପାତ୍ର, ଟିୟୁଏସିସି ପକ୍ଷରୁ ଶାନ୍ତନୁ ଦାସ, ସାମାଜିକ କର୍ମୀ ତଥା ପୂର୍ବତନ ଡାକକର୍ମଚାରୀ ନେତା ଅକ୍ଷୟ କୁମାର ତି୍ରପାଠୀ, ନିର୍ମାଣ ଶ୍ରମିକ ନେତ୍ରୀ ଗୀତାଞ୍ଜଳି ବେହେରା ପ୍ରମୁଖ ସ୍ୱର୍ଗତ ବିକାଶ ଦାସଙ୍କ ସ୍ମୃତିଚାରଣ କରି ସେ ଜଣେ ଦକ୍ଷ ଓ ସଚ୍ଚୋଟ ଶ୍ରମିକନେତା ଭାବେ ସମସ୍ତଙ୍କର ପି୍ରୟଭାଜନ ହୋଇପାରିଥିଲେ ବୋଲି ମତ ଦେଇଥିଲେ । ସମନ୍ୱୟ ସମିତିର ସମ୍ପାଦକ ତଥା ସ୍ମୃତିସଭାର ଆବାହକ ବିଜୟ ପାତ୍ର ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରି ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ସଂଜୟ କେଶରୀ ପ୍ରଧାନଙ୍କ ସମେତ ଉପସ୍ଥିତ ଶ୍ରମିକନେତାମାନେ ସ୍ୱର୍ଗତ ବିକାଶ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ତାଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ହରିଶ ଚନ୍ଦ୍ର ପାତ୍ର ଶ୍ରମିକନେତାମାନଙ୍କ ଯୋଗଦାନ ପାଇଁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, କେଶବ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ପାତ୍ର, ମିନତୀ ବେହେରା ଓ ବେଣୁଧର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।