ଶାଶୂ ବହୂଙ୍କ କଳିରେ ପିଉସୀ ଶାଶୂଙ୍କ ମୃତ୍ୟୁ 

ଶାଶୂ ବହୂଙ୍କ କଳିରେ ପିଉସୀ ଶାଶୂଙ୍କ ମୃତ୍ୟୁ 

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିର ସମାଧାନ କରିବାକୁ ଯାଇଥିବା ସମୟରେ ପୁତୁରା ବୋହୂ ମାଡ଼ରେ ପିଉସୀ ଶାଶୂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି  ୫୫ ବର୍ଷ ବୟସ୍କ ସବିତା ବିଶ୍ୱାଳ । ଏ ନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।


   ଓଡିଶୋ ଗାଁର ସ୍ୱର୍ଣ୍ଣଲତା ସ୍ୱାଇଁ ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମଧ୍ୟରେ କୌଣସି କଥାକୁ ନେଇ ନିୟମିତ କଳି ଝଗଡା ଲାଗି ରହୁଥିଲା । ଘଟଣାର ସମାଧାନ ପାଇଁ ପିଉସୀ ଶାଶୂ ତାଙ୍କ ଘରକୁ ଯାଇଥିଲେ । ଅଭିଯୁକ୍ତ ପୁତୁରା ବୋହୂ ଐଶ୍ୱର୍ଯ୍ୟା ରାୟ ପିଉସୀ ଶାଶୂ ସବିତାଙ୍କୁ ପଥର ମାରିଥିଲେ। ଫଳରେ ସେ ତଳେ ପଡି ସେ ବେହୋସ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସବିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ଅଣାଯାଇଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।