ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉସବ

 ଏରସମା : ଏରସମା ବ୍ଲକ ୍ଅନ୍ତର୍ଗତ ଗଡ଼ କୁଜଙ୍ଗ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉସôବ ଉଦଯାପିତ ହୋଇଯାଇଛି ।  ଆୟୋଜିତ କାର୍ଯ୍ୟକ୍ରମର ଉଦଯାପନ ଉସôବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଶ୍ରୃଂଖଳିତ, ସମୟାନୁବର୍ତ୍ତୀତା ଓ ଅଧ୍ୟବସାୟୀ ହେଲେ ଭବିଷ୍ୟତରେ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ । ସ୍କୁଲର ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦକ ସୂର୍ଯ୍ୟକାନ୍ତ ସାହୁ ବିବରଣୀ ପଠନ କରିଥିଲେ । ପୂର୍ବତନ ସମ୍ପାଦକ ତଥା କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ସମ୍ମାନିତ ଅତିଥି ଭାବେ ଜିନ୍ଦଲ ବରିଷ୍ଠ ଅଧିକାରୀ ଅଶୋକ କୁମାର ସାହା, ପିନାକୀମହାନ୍ତି, ମିତ୍ତଲ ଅଧିକାରୀ ଦେବାଶିଷ ସ୍ୱ ।ଇଁ, ଗଡ଼କୁଜଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସ୍ୱ ।ଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷା କେନ୍ଦ୍ର ପରିଚାଳନା କମିଟି ସଭାପତି ଇଂ ହେମନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଚାଳନା ସଭ୍ୟ ପ୍ରକାଶ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ସମସ୍ତ କ୍ରୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସମ୍ପଦ କୁମାର ବାରିକ, ନଳିନୀ କାନ୍ତ ବେହେରାଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ଥିଲେ ।