"ସଫେଇ ଆପଣାଅ-ରୋଗ ହଟାଅ' କାର୍ଯ୍ୟକ୍ରମ 

 ପାରାଦୀପ : କେନ୍ପାଦ୍ର ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ କ୍ରମେ  ପାରାଦୀପ ପୌରପାଳିକା ପକ୍ଷରୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ 'ସଫେଇ ଆପଣାଅ, ରୋଗ ହଟାଅ' ଶୀର୍ଷକ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ରବିବାର ସକାଳେ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ  ଅନୁଷ୍ଠିତ ହୋଇଯାଇଛି  । ଏହି ପରିପ୍ରେକ୍ଷୀରେ ପୌରାଧ୍ୟକ୍ଷ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରିଣୀ  ସୁଶ୍ରୀ ସ୍ମୃତି ସ୍ୱାଇଁ,ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ,ଅଜିତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପରିବେଶ ସ୍ୱଚ୍ଛ ରହିଲେ  ଡେଙ୍ଗୁ, ମେଲେରିଆ ଭଳି ବିଭିନ୍ନ ରୋଗ ପ୍ରତିହତ ହେବା ଉପରେ ସମବେତ ଜନତାଙ୍କୁ ସଚେତନ କରିଥିଲେ  । ଉକ୍ତ  କାର୍ଯକ୍ରମରେ  ଗ୍ରୀନ ପାରାଦୀପ ଟ୍ରଷ୍ଟ, ପାରାଦୀପ ମହାବିଦ୍ୟାଳୟ ଏନସିସି ଆଲୁମୁନି ଆସୋସିଏସନ, ନୀଳଚକ୍ର, ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବ, କଳିଙ୍ଗ ମହିଳା ଶକ୍ତି, ସାର୍ଥିକ ସୋଲ ଆହ୍ୱାନ କମ୍ବାଇନ୍ସ, ଆମ୍ବେଦକର ୟୁଥ କ୍ଲବର ବହୁ ସ୍ୱଚ୍ଛାସେବୀ ଯୋଗଦେଇ ସାମୁହିକ ଭାବେ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ  ଅଂଶ ଗ୍ରହଣ କରିଥିଲେ  । ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୌରାଧ୍ୟକ୍ଷ  ବସନ୍ତ ବିଶ୍ୱାଳଙ୍କ ପ୍ରକାଶ କରିଛନ୍ତି  ।