ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ପୁରୀ:  ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ବଡ଼ ମହାସ୍ନାନ କରାଯାଇଛି । ଜଣେ ଭକ୍ତ ବାନ୍ତି କରିବାରୁ ଏହି ବଡ଼ ମହାସ୍ନାନ କରାଯାଇଛି । ସୂଚନା ମୁତାବକ ସକାଳ ପ୍ରାୟ ସାଢେ ୮ଟା ସମୟରେ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣ ବାନ୍ତି କରିଦେଇଥିଲେ । ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡ଼େ, କିଏ ବାନ୍ତି କରିଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପକାଯାଇ ଶୁଦ୍ଧିକରଣ କରାଯାଏ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି ।