ଓଡ଼ିଆ ସଂସ୍କୃତିର ବାର୍ତ୍ତାବହ ‘ସଂଯୋଗୀ ସଜଫୁଲ’

 ପୁରୀ : ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦର ତ୍ରୟମାସିକ ମୁଖପତ୍ର ‘ସଂଯୋଗୀ ସଜଫୁଲ’ର ଦକ୍ଷିଣ ପୂର୍ବାଞ୍ଚଳ ବିଶେଷାଙ୍କ ଲୋକାର୍ପଣ ଉସôବ ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂପୁର ଜିଲ୍ଲାର ସୁସାହିତି୍ୟକ ତଥା ସଂଗଠକ ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉସôବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିଦେ୍ର୍ଦଶକ ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ, ମୁଖ୍ୟ ବକ୍ତା ରୂପେ ପୁରୀ ଜିଲ୍ଲାର ପ୍ରିୟପତ୍ର, ଟିକିତାରା ଓ ଶ୍ରୀଲେଖା ପତ୍ରିକାର ସଂପାଦକ ବିପିନ ବିହାରୀ ଦଳାଇ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର କବି ଚନ୍ଦ୍ରବିଜୟୀ ମିଶ୍ର ଓ ସଂଯୋଗୀ ସାହିତ୍ୟ ସଂସଦର ସଭାପତି ଉପେନ୍ଦ୍ର ଦାଶ ଯୋଗଦାନ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାହିତ୍ୟ ଉସôବ ଆୟୋଜନ କରି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରୁଥିବାରୁ ସଂଯୋଗୀ ସଜଫୁଲ ପରିବାରର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସମ୍ପ୍ରତ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବାହକ ସଂଯୋଗୀ ସଜ ଫୁଲ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଳାର ରତିନାରାୟଣ ରାଉତରାୟଙ୍କ ପୁସ୍ତକ ‘ସତ୍ୟସୁମନ’, ପୁରୀ ଜିଲ୍ଳାର ଜାନକୀବଲ୍ଲଭ ଦାଶଙ୍କ ସ୍ୱରଚିତ ପୁସ୍ତକ ‘ଆହତ ବସନ୍ତ’ ଓ ‘ତାରା ଭରା ରାତି’ ଏବଂ କନ୍ଧମାଳ ଜିଲ୍ଳାର ଫୁଲବାଣୀରୁ ବରିଷ୍ଠ ସାହିତି୍ୟକ ନୃସିଂହାନନ୍ଦ ମହାପାତ୍ରଙ୍କ ରଚିତ ପୁସ୍ତକ ‘ଶ୍ରୀମଦ୍ ଆଦି ଶଙ୍କରାଚାର୍ଯ୍ୟ କୃତ ଭଜ ଗୋବିନ୍ଦମ୍ ମୋହ ମୁଦ୍ଗର ତତ୍ତ୍ୱବୋଧ ବେଦାନ୍ତ ଡ଼ିଣ୍ଡିମ୍ ରତ୍ନମାଳିକା’କୁ ଅତିଥିମାନେ ଲୋକାର୍ପଣ କରିଥିଲେ ।