ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ : ଆସନ୍ତା ଚନ୍ଦନ ଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଚନ୍ଦନ ଯାତ୍ରା ସମୟରେ ଆଗନ୍ତୁକ ଯାତ୍ରୀ ଓ ସେବାୟତମାନଙ୍କ ନିମନ୍ତେ ଜୀବନବୀମାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ବୈଠକରେ ଯୋଗଦାନ କରି ପ୍ରଶାସନକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ପ୍ରଶାସନ ମଧ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରି ତାହାକୁକାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ କହିଥିଲେ ଯେ ଗତ ଶିକ୍ଷାବର୍ଷରେ ସେବକ ପରିବାରର ପିଲାମାନେ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ୫ଜଣ ଛାତ୍ର ଓ ଛାତ୍ରୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରଷ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି । ସେହିଭଳି ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୩ଜଣ ସେବାୟତ ପିଲାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରଷ୍କାର ଦିଆଯିବ । ଚନ୍ଦନଯାତ୍ରା ସମୟରେ ନରେନ୍ଦ୍ର ସରୋବରରେ ଆତସବାଜୀ ଉପରେ କଟକଣା ଲଗାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦୁଇଟି ଅସ୍ଥାୟୀ ଫାଷ୍ଟଟେଡ଼ ସେଣ୍ଟର ଖୋଲାଯିବ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଉଛି । ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଭିତର ରତ୍ନଭଣ୍ଡାରର କବାଟକୁ ସ୍ୱର୍ଣ୍ଣ ଏବଂ ବାହାର ରତ୍ନଭଣ୍ଡାର କବାଟକୁ ରୌପ୍ୟ ଛାଉଣୀ କରାଯିବା ପାଇଁ ଯୋଜନା ରହିଛି ।