ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ସମାବର୍ତ୍ତନ ଉତ୍ସବ

 ବାରଙ୍ଗ : ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରିଂଶତିତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ପ୍ରବାଚିକା ସୁଶ୍ରୀ ପ୍ରିୟଭାଷିଣୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ଗୌରମୋହନ ପରିଡା ଯୋଗ ଦେଇ  ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ୱକୁ ଭୁୟସୀ ପ୍ରଶଂସା କରିଥିଲେ । ସ୍ଥାନୀୟ କର୍ପୋରେଟର  ଲକ୍ଷ୍ମୀପ୍ରିୟା ପରିଡା, ଭାରତୀୟ ଶିକ୍ଷା ପରିଷଦର ଟ୍ରଷ୍ଟି ବାବାଜୀ କୁମାର, ବିଶିଷ୍ଟ ସାହିତି୍ୟକ ତଥା ଲେଖକ ଡଃ ଦିଗରାଜ ବ୍ରହ୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁର ପାଠପଢାରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁକୁ ଚିହ୍ନିବା ଓ ତାର ପ୍ରତିଭାର ବିକାଶ ଦିଗରେ ତାକୁ ଆଗେଇ ନେଲେ ଶିକ୍ଷା ପ୍ରଭାବଶାଳୀ ହେବ ବୋଲି ମତ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା । ଶେଷରେ ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟର ପ୍ରମୁଖ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।