ଚାଷୀଙ୍କୁ ରୋଜଗାର ଦେଇଛି ତରଭୁଜ
ତାଳଚେର : ଜଳର ସୁଲଭତା ଓ ଅନୁକୂଳ ଜଳବାୟୁ ଚାଷୀଙ୍କ ଜୀବନ ଧାରଣରେ ବେଶ୍ ସହାୟକ ହୋଇଥାଏ । ଚାଷ କ୍ଷେତ୍ରରେ ବୈପ୍ଲାମୁକ ପରିବର୍ତ୍ତନ ସାଙ୍ଗକୁ ରୋଜଗାର ପାଇଁ ନୂଆ ଦିଗନ୍ତ ମଧ୍ୟ ସୃଷ୍ଟି କରିଥାଏ । ଏହିକ୍ରମେ ତାଳଚେର ବ୍ଲକ୍ର ପଞ୍ଚୟତରେ ଖରାଟିଆ ତରଭୁଜ ଚାଷ ରୋଜଗାରର ଏକ ମାଧ୍ୟମ ପାଲଟିଛି । ରେଙ୍ଗାଳୀ ଦକ୍ଷିଣପାର୍ଶ୍ୱ କେନାଲ ଏବଂ ବ୍ରାହ୍ମଣୀ ନଦୀ ଯୋଗୁ ଜଳର ସୁଲଭତା ରହିଥିବାରୁ ତରଭୁଜ ଚାଷ ପାଇଁ ବେଶ୍ ଅନୁକୂଳ ହୋଇଛି । ଶହ ଶହ ଏକର ଚାଷ ଜମିରେ ତରଭୁଜ ଚାଷର ଭଣ୍ଡାର ଦେଖିବାକୁ ମିଳିଛି । ଉଚିତ ମାର୍କେଟ ନ ଥିଲେ ମଧ୍ୟ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ ଆଦି ରାଜ୍ୟକୁ ଏହି ତରଭୁଜ ରପ୍ତାନି ହେଉଛି । ଏହାସହ ରାଜ୍ୟର କେଉଁଝର, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଅଞ୍ଚଳକୁ ଏହି ତରଭୁଜ ପଠାଇ ଚାଷୀ ଏବେ ରୋଜଗାର କରୁଛନ୍ତି । ଏହା ଚାଷୀ ଭାଇମାନଙ୍କ ପାଇଁ ଭାତ ହାଣ୍ଡି । ରୋଜଗାରର ଏହା ଏକ ସେମାନଙ୍କ ପାଇଁ ବଡ଼ ମାଧ୍ୟମ ପାଲଟିଛି । ତାଳଚେରର କେବଳ ବ୍ଲକ ନୁହେଁ ବରଂ ଆକାଂକ୍ଷୀ ଜିଲ୍ଲାର ସଦର ଆଦି ବିଭିନ୍ନ ଅଞ୍ଚଳରେ ଏହି ତରଭୁଜ ଚାଷ ରୋଜଗାରର ପାଲଟିଛି । ଚଳିତ ବର୍ଷ ସେତେ ଅଧିକ ଭଲ ଚାଷ ହୋଇନଥିଲେ ମଧ୍ୟ ଚାଷୀମାନେ ଅକ୍ଳାନ୍ତ ପରିଶ୍ରମ କରି ଟାଣ ମାଟିରେ ଫସଲ ଫଳାଇବାରେ ସଫଳ ହୋଇଛନ୍ତି । ତେବେ ଶୀତଳ ଭଣ୍ଡାର ଏବଂ ଉଚିତ୍ ମାର୍କେଟ୍ ନଥିବା ଯୋଗୁଁ ତରଭୁଜ କିଲୋ ପିଛା ବହୁତ କମ ଟଙ୍କାରେ ବିକ୍ରି କରାଯାଉଛି । ଏହା ଚାଷୀର ଉପଯୋଗୀ ଅର୍ଥ ଠାରୁ ଢେର୍ କମ୍ । ତେଣୁ ତରଭୁଜ ଚାଷ ପାଇଁ ସରକାରୀସ୍ତରରେ ଉଚିତ୍ ପ୍ରୋତ୍ସାହନ, ଚାଷୀ ଭାଇଙ୍କୁ ଉଚିତ୍ ପ୍ରାପ୍ୟ ସହ ବିହନ ଓ ଋଣ ଯୋଗାଇ ଦିଆଗଲେ ସେମାନେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ । ଏହାସହ ବିକଶିତ ଓଡ଼ିଶା ଏବଂ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ । ତେବେ ଏଥପ୍ରତି ସରକାରଙ୍କ ପଦକ୍ଷେପ ଏକାନ୍ତ ଆବଶ୍ୟକ ହୋଇପଡ଼ିଛି ।