ଶ୍ରୀ ଦୋଳଗୋବିନ୍ଦ ଜୀଉଙ୍କ ଦୋଳ ମହୋତ୍ସବ
ଅନୁଗୁଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତରେ ଗୋପାଳ ମାନଙ୍କ ପକ୍ଷରୁ ଶ୍ରୀ ଦୋଳଗୋବିନ୍ଦ ଜୀଉଙ୍କ ଦୋଳ ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଠି ବହୁ ପୁରାତନ ଦିନରୁ ରାଧାକୃଷ୍ଣଙ୍କ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ଫଗୁଣ ମାସ ଆରମ୍ଭ ହେଲେ ଗୋପାଳମାନଙ୍କ ମନରେ ବଡ ଆନନ୍ଦ ସୃଷ୍ଟି ହୋଇଥାଏ । ରାଧା କୃଷ୍ଣଙ୍କୁ ବିମାନରେ ଧରି ଫଗୁ ମାରି ମହାପ୍ରଭୁଙ୍କ ସହ ମହା ଆନନ୍ଦରେ ମଜିଯାଇଥାନ୍ତି, କାରଣ ଏ ହେଉଛି ଭକ୍ତ ଆଉ ବଗବାନଙ୍କର ଅତୁଟ ବନ୍ଧନ । ଫଗୁଦଶମୀରେ ରାଧା କୃଷ୍ଣଙ୍କୁ ଗୋପାଳ ମାନେ ଫଗୁ ମାରି ରାଧା କୃଷ୍ଣଙ୍କୁ ବିମାନରେ ଧରି ଗ୍ରାମର ସମସ୍ତଙ୍କ ଘରକୁ ଘର ଯାଇ ପୂଜା ଅର୍ଚ୍ଚନା କରି ଭକ୍ତମାନେ ପ୍ରଭୁଙ୍କୁ ହୃଦୟ ସହ ଖିର ଲବଣୀ ସର ଖାଇବାକୁ ଦେଇଥାନ୍ତି । ଗ୍ରାମର ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଦୋଳ ମହୋତ୍ସବ ଆସି ରାଧା କୃଷ୍ଣଙ୍କୁ ବିମାନରେ ଦର୍ଶନ କରିଥାନ୍ତି । ଏଠି ବିଭିନ୍ନ ପ୍ରକାରର ମେଢ଼ ସାଙ୍ଗକୁ ଗୋପାଳମାନଙ୍କର ଏତି ସୁନ୍ଦର ଗୀତ ଓ ଲଉଡି ଖେଳ ଆଉ ବିଭିନ୍ନ ପ୍ରକାରର ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅଞ୍ଚଳରେ ଏହା ଏକ ବିରାଟ ବଡ ଦୋଳ ପୂର୍ଣ୍ଣିମା ବା ଦୋଳ ମହୋସôବ ବୋଲି କୁହାଯାଉଛି । ଭଗବାନ ଶ୍ରୀକୃଷ୍ଣ ଆଉ ରାଧାଙ୍କର ଗୋପାଳ ମାନଙ୍କ ଉପରେ ବଡ ଆଶୀର୍ବାଦ ରହିଥାଏ । ତେଣୁ ଏହି ଅଞ୍ଚଳର ଲୋକମାନେ ଏହି ଦୋଳ ଯାତ୍ରାକୁ ଦେଖିବାକୁ ଆସିବା ସହ ରାଧା କୃଷ୍ଣଙ୍କୁ ଦର୍ଶନ କରିଥାନ୍ତି । ବହୁ ଦୂର ଦୁରାନ୍ତରୁ ମଧ୍ୟ ରାଧା କୃଷ୍ଣଙ୍କୁ ବିମାନରେ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି । ସୂଚନା ମୁତାବକ ବହୁ ପୂର୍ବରୁ ପାଞ୍ଚଦିନ ଧରି ଫଗୁଦଶମୀ ଠାରୁ ଗ୍ରାମର ଘର ଘର ବୋଲି ଶ୍ରୀ ଦୋଳଗୋବିନ୍ଦ ଜୀଉ ବା ଶ୍ରୀ ରାଧାକୃଷ୍ଣ ଙ୍କର ପୂଜା ଅର୍ଚ୍ଚନା ହେବା ସହ ଗୋପାଳ ମାନେ କରିଥାନ୍ତି । ଏହି ପର୍ବ ଟି ଗୋପାଳ ମାନଙ୍କର ବଡ ପର୍ବ ଏହି ଅବସରରେ ଶ୍ରୀ ଦୋଳ ଗୋବିନ୍ଦ ଜୀଉଙ୍କ ବେହେରା ସମୂହ ଗୋପାଳ ମାନେ ଦୋଳ ବିମାନକୁ କାନ୍ଧ ରେ ବୋହି ଆନନ୍ଦ ବିଭୋର ହୋଇ ପ୍ରଭୁ ରାଧା କୃଷ୍ଣଙ୍କ ଗୀତ ଗାଇ ଗ୍ରାମ ଗ୍ରାମ ପରିକ୍ରମା କରିଥାନ୍ତି । ସେହିପରି ଦୋଳ ପୂର୍ଣ୍ଣିମା ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସୋରୁପ ଘଣ୍ଟ, ମୃଦଙ୍ଗ, ନାମ ସଂକୀର୍ତ୍ତନ, ଲଉଡ଼ି ଖେଳ କରି ଶ୍ରୀ ଦୋଳ ଗୋବିନ୍ଦ ଜୀଉଙ୍କୁ ଦୋଳ ବିମାନରେ ବସେଇ ଗ୍ରାମ ପରିକ୍ରମା କରି ପୂଜା ଅର୍ଚ୍ଚନା କରିଥାନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ଭରତ ଚନ୍ଦ୍ର ରାଉତ ଏବଂ ଗୋପାଳ ମାନଙ୍କର ବଡ ବେହେରା ଶିବରାମ ରାଉତ, ସହଯୋଗ କରିଛନ୍ତି ଚନ୍ଦ୍ରମଣି ରାଉତ, ପ୍ରଫୁଲ୍ଲ ବେହେରା, ପଞ୍ଚୁ ରାଉତ, ଦୁଃଖବନ୍ଧୁ ରାଉତ, କେଶବ ରାଉତ ଅରୁଣ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାହୁ, ନାଲକୋ ଥାନା ଅଧିକାରୀ ଶ୍ୟାମଲାଲ ଓରାମ ଏବଂ ଏଏସଆଇ ସୁବ୍ରତ କୁମାର ପାଢି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ଦିଗରେ ଅଜୟ କୁମାର ବେହେରା, ଡମ୍ବରୁଧର ବେହେରା, ଶିବାରାମ ଦାସ, ବସନ୍ତ ବେହେରା,ଗୋବିନ୍ଦ ରାଉତ,ଅଶୋକ ବେହେରା, ପ୍ରଭାକର ରାଉତ ପ୍ରମୁଖ ସହଯୋଗ କରିଥିଲେ । ସୁରକ୍ଷା ଦୃଷ୍ଟିକୁ ଆଖିରେ ରଖି ନାଲକୋ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଏହି କାର୍ଯ୍ୟକ୍ରମରେ ମୁତୟନ ଥିଲେ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ବଜାୟ ରହିଥିଲା ଏବଂ ଗୋପାଳ ମାନଙ୍କ କମିଟି ପକ୍ଷରୁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।