ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ

ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ। ଏକାଧିକ ଟିମ୍‌ କରୁଛନ୍ତି। ଶକ୍ତି ମଲ୍ଟ ଏୟାର ଲିମୋନେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ଥିବା ବିଭିନ୍ନ ସଂସ୍ଥା ଉପରେ ମଧ୍ୟ ଚାଲିଛି ଚଢ଼ାଉ। ମଦ ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଆଇଟି ରେଡ୍‌। ଆୟକର ଫାଙ୍କିଥିବା ନେଇ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ାଉ କରାଯାଉଛି। ଅନୁଗୋଳ ସମେତ ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ବରରେ ଚଢ଼ାଉ କରାଯାଉଛି। ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଉଛି। ଆଜି ଭୋର୍‌ର ରେଡ୍‌ ଆରମ୍ଭ ହୋଇଥିବା ବେଳେ ଚଢ଼ାଉ ଏବେ ବି ଜାରି ରହିଛି।