ଭତ୍ତା ଟଙ୍କା ହଡପ୍ ଅଭିଯୋଗ 

 କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ୍ ଅଧିନ ଭରତପୁର ପଞ୍ଚାୟତରେ ୧୩ ମାସର ଭତ୍ତା ଟଙ୍କା ହଡପ୍ ହୋଇଥିବା ସତ୍ୟଭାମା ସେଠୀ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଏହି ପଞ୍ଚୟତର ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ସେଠୀଙ୍କ ମୃତୁ୍ୟ ପରେ ତାଙ୍କ ପତ୍ନୀ ସତ୍ୟଭାମା ସେଠୀ ୨୦୨୩ ମସିହା ସେପ୍ଟେମ୍ବର ମାସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ । ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କର କୌଣସି ଭତ୍ତା ସମ୍ବନ୍ଧୀୟ ଅର୍ଥ ନ ଆସିବାରୁ ବ୍ଲକ୍କୁ ଯାଇ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଜାଣିବାକୁ ପାଇଲେ ଯେ, ୨୦୨୪ ଫ୍ରେବୃଆରୀ ମାସରୁ ଭତ୍ତା ଅନୁମୋଦନ ହୋଇଛି । ତେବେ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ସରପଞ୍ଚ ଟଙ୍କା ଆସିନାହିଁ ବୋଲି କହିଥିଲେ ।  ତେବେ ଏହି ୧୩ ମାସର ଭତ୍ତା ଟଙ୍କା ଓ ସ୍ୱାମୀଙ୍କ ମୃତୁ୍ୟ ପରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହଡପ୍ ହୋଇଥିବା ନେଇ ସତ୍ୟଭାମା ବିଡିଓଙ୍କୁ ଭେଟି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ।