ସତ୍ୟବିହାର ବାର୍ ଅଗ୍ନିକାଣ୍ଡ ଘଟଣା : ପ୍ରତିକ୍ରିୟା ରଖିଲେ ଅବକାରୀ ଅଧିକ୍ଷକ
ଭୁବନେଶ୍ୱର : ଆଜି ସକାଳ ସମୟରେ ଭୁବନେଶ୍ୱର ହାଇଟେକ୍ ଛକ ସ୍ଥିତ ସତ୍ୟ ବିହାରରେ ଥିବା ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ବେଳ ବାର୍ର ସମସ୍ତ ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା । ଏହି ଘଟଣା ବିଷୟରେ ପ୍ରତିକ୍ରିୟା ରଖି ଅବକାରୀ ଅଧିକ୍ଷକ କହିଛନ୍ତି, ମାସେତଳେ ଆମେ ବାର୍ରେ ଯାଞ୍ଚ କରିଥିଲୁ, କିନ୍ତୁ ବାର୍ରେ କିଛି ପାଇନଥିଲୁ । ଯାହାଫଳରେ ଆମେ ମଦ ବେପାର ନକରିବାକୁ ତାଗିଦ୍ କରି ସେଠାରୁ ଚାଲି ଆସିଥିଲୁ । ଅଗ୍ନିକାଣ୍ଡ ପରେ ବାର୍ର ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିବୁ । ନିୟମ ଉଳ୍ଲଙ୍ଘନ କାରିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ହୁକା ତମ୍ବାଖୁ ହୋଇଥିବାରୁ ଏହା ଆମ ଅଧିନରେ ଆସୁ ନାହିଁ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ହୁତୁହୁତୁ ହୋଇ ଜଳି ଯାଇଛି ବାର୍ । ନିଆଁରେ ବାର୍ର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ତେବେ ଦୀର୍ଘ ସମୟ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ଅଧିକାରୀ ନିଆଁକୁ ଆୟତ୍ତ କରିଛି । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ।