ସନ୍ଦିଗ୍ଧ ଯୁବକ କୋର୍ଟଚାଲାଣ
ଯାଜପୁର ସଦର: ଯାଜପୁର ଟାଉନ ପୁଲିସ ବିଳମ୍ବିତ ରାତିରେ ବୁଲୁଥିବା ଅବସ୍ଥା ଜଣେ ସନ୍ଦିଗ୍ଧକୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ସନ୍ଦିଗ୍ଧ କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଗ୍ରାମର ଆଉଳା ଅଂଜାମ ରାଓଙ୍କ ପୁଅ ଆଉଳା ଓରଫ ଅର୍ଜୁନ (୨୨)ହୋଇଥିବା ବେଳେ ଗତକାଲି ଅଧ ରାତିରେ ବୁଲୁଥିବା ଅବସ୍ଥାରେ ପାଟ୍ରୋଲିଂ ପୁଲିସ ଧରି ଥାନାକୁ ନେଇଥିଲେ । ପଚରାଉଚରା ଓ ଖାନତଲାସୀରେ ତା ନିକଟରୁ ୫ଟି ମୋବାଇଲ ଜବଦ କରିଥିଲା । ଆଉଳା ଜଣେ ଅପରାଧୀ ଏବଂ କୋରେଇ ଥାନାରେ ଏକାଧିକ ମାମଲା ଥିବା ଜାଣିବାକୁ ପାଇଥିଲା । ପୁଲିସ ମାମଲା ନଂ ୩୧୫/୨୫ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।