ଷ୍ଟିୟରିଂ ଛାଡ ଆନେ୍ଦାଳନ : ସମର୍ଥନ କଲା ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ
ବ୍ୟାସନଗର: ଓଡିଶା ଡ୍ରାଇଭର ମହାସଂଘ ଦ୍ୱାରା ଡାକରା ଦିଆଯାଇଥିବା ଷ୍ଟିଅରିଂ ଛାଡ ଆନେ୍ଦାଳନକୁ ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ ସମର୍ଥନ କରିଛି । ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ କାର୍ଯ୍ୟଳୟରେ ଜିଲା ଓ ଓଡିଶା ଡ୍ରାଇଭର ସଂଘ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଓଡିଶା ଡ୍ରାଇଭର ମହାସଂଘର ଡ଼ାକରାରେ ଦିଆଯାଇଥିବା ୭ଦଫା ଦାବିକୁ ନେଇ ଚଳିତ ମାସ ୮ ତାରିଖରୁ ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ । ୭ଦଫା ଦାବି ମଧ୍ୟରେ ଡ୍ରାଇଭର ୱେଲଫେଆର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୬୦ବର୍ଷ ପରେ ଭତା ପ୍ରଦାନ,୧୦୦କିଲୋମିଟର ଅନ୍ତରରେ ଗାଡିପାର୍କିଂ ଓ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗର, ଖଣିଖାଦାନ ଓ ଶିଳ୍ପାଂଚଳରେ ଓଡିଶାର ଡ୍ରାଇଭରଙ୍କୁ ୭୦ଭାଗ କାମ କରିବାର ସୁଯୋଗ, ସେପ୍େଟମ୍ବର୧କୁ ଜାତୀୟ ଡ୍ରାଇଭର ଦିବସ ଘୋଷାଣ ଓ ଗାଡିର କାଗଜପତ୍ର ଯାଂଚ ଅଧିକାର ପୁଲିସକୁ ଦିଆନଯିବା ଭଳି ଦାବି ରଖାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘର ସଭାପତି ଅମୀୟ ରଞ୍ଜନ ବାରିକ, ସହ ସମ୍ପାଦକ ସମୀର ପରିଡା, କୋଷାଧ୍ୟକ୍ଷ ସ୍ମୃତିରଞ୍ଜନ ଘଡେଇ,ଶ୍ରୀନିବାସ ଜେନା, ମନୋଜ ରଣା, ଅକ୍ଷୟ କୁମାର ନାୟକ ସମେତ ରାଜ୍ୟ ଡ୍ରାଇଭର ମହାସଂଘର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ଜିଲ୍ଲା ସଭାପତି ମାନସ ରଞ୍ଜନ ଦେବତା, ଜିଲା ସମ୍ପାଦକ ଶରତ ବେହେରା, କୋଷାଧ୍ୟକ୍ଷ ଲୋକନାଥ ପୁରି, ଉପଦେଷ୍ଟା ଅଶୋକ ରାମ, କୋରେଇ ବ୍ଲକ ସଭାପତି ଖଗେଶ୍ୱର ମୁଦୁଲି, ରାଜେନ୍ଦ୍ର ମଲିକ, ଜଗନ୍ନାଥ ସାହୁ, ପ୍ରଫୁଲ ପାତ୍ର, ପ୍ରବୀର ମହାନ୍ତି, ରାଜେନ୍ଦ୍ର ସେଠି, ବାଲେଶ୍ୱର ଜିଲାର କର୍ମକର୍ତା ମୃତୁ୍ୟଞ୍ଜୟ ପଣ୍ଡା ସହ କୋରେଇ ବ୍ଲକ୍ ଓ ବ୍ୟାସନଗର ପୌରାଂଚଳର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ ।