ସବୁ ପରିସ୍ଥିତିର ମୁକାବିଲାରେ ଆମେ ସକ୍ଷମ : ସେନାମୁଖ୍ୟ

 ନୂଆଦିଲ୍ଲୀ:  ଭାରତୀୟ ସେନା ଶକ୍ତିଶାଳୀ । ସେ ତାର ପରାକ୍ରମ ଦେଖାଉଛି ଆଉ ଦେଖାଇବ । ଆମର ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ । ଶତ୍ରୁମାନଙ୍କୁ ଚରମ ଚେତାବନୀ ଦେଇ ଏହା କହିଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋସôାହିତ କରିବା ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି ।  ପାକିସ୍ତାନ ଏବଂ ଚୀନ ସୀମାର ପରିସ୍ଥିତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ  ସୂଚନା ଦେଇ ସେ ପ୍ରକାଶ କରିଛନ୍ତି ପୂର୍ବ ଲଦାଖ ଏଲଏସି ପରି ସମ୍ବେଦନଶୀଳ ଅଞ୍ଚଳରେ ବର୍ତ୍ତମାନ ଅବସ୍ଥା ସ୍ଥିର ରହିଛି । ପୂର୍ବ ଲଦାଖର  ଡେପସାଙ୍ଗ ଏବଂ ଡେମଚୋକରେ ଚାଷୀମାନେ ସେମାନଙ୍କ ପଶୁମାନଙ୍କ ଚରାଇବା ଆରମ୍ଭ କରିଛନ୍ତି । ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ପାକିସ୍ତାନ ସହିତ ସୀମା ସମ୍ପର୍କରେ ସୂଚନା ଦେଇଛନ୍ତି । ସାମଗ୍ରିକ ଭାବରେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ନିୟନ୍ତ୍ରଣରେ ଅଛି । ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଜାରି ରହିଛି ।