ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ : ଉତ୍କଳ ସାମ୍ବାଦିକ ସଂଘ 

ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ :   ଉତ୍କଳ ସାମ୍ବାଦିକ ସଂଘ 

ଭୁବନେଶ୍ୱର : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ଜିଲ୍ଲାର ସଭାପତି, ସମ୍ପାଦକ, କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକଙ୍କ ବୃତ୍ତିଗତ ସମସ୍ୟା ଓ ସମାଧାନ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା କାଳରେ ସାମ୍ବାଦିକ ସୁରକ୍ଷା ଆଇନର ପ୍ରଣୟନ, ପେନ୍ସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ଗଠନ ପୂର୍ବକ ଜିଲ୍ଲା ଓ ରାଜ୍ୟରେ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊଦ୍ଧ୍ୱର୍ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ସାମିଲ୍, ପ୍ରେସ୍ ଏକାଡେମୀ ଗଠନ ଇତ୍ୟାଦି ଦାବି ପୂରଣ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମତ ପ୍ରକାଶ ପାଇଥିଲା । 
                                                ଉତ୍କଳ  ସାମ୍ବାଦିକ ସଂଘର ଆହ୍ୱାନକ୍ରମେ ଗତ ଫେବୃଆରି ୭ତାରିଖରେ ଲୋୟର ପିଏମ୍ଜିଠାରେ ୨୦୦୦ ରୁ ଊଦ୍ଧ୍ୱର୍ ସାମ୍ବାଦିକ ଯୋଗଦେଇ ଏହି ସମସ୍ତ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଆଜିର ମୁଖ୍ୟମନ୍ତ୍ରୀ ତଥା ତକ୍ରାଳୀନ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଜେପିର ଅନ୍ୟ ପାଞ୍ଚଜଣ ବିଧାୟକଙ୍କ ସହିତ ଯୋଗଦେଇ ଉପରୋକ୍ତ ଦାବି ଗୁଡ଼ିକ ପ୍ରତି ସମର୍ଥନ ଜ୍ଞାପନ କରି ସରକାରଙ୍କୁ ଆସିଲେ ଏହିସବୁ ଦାବିଗୁଡ଼ିକୁ ପୂରଣ କରିବୁ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ବର୍ତ୍ତମାନର ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା  । ନିଜ ପ୍ରତିଶ୍ରୁତି ସମ୍ପର୍କରେ ମନେ ପକାଇଦେବା ପାଇଁ ଆସନ୍ତା ଫେବୃୟାରି ମାସ ମଧ୍ୟରେ ଲୋୟର ପିଏମ୍ଜିରେ   ସଂଘ ପକ୍ଷରୁ ସମାବେଶର ଆୟୋଜନ କରାଯିବ ବୋଲି ସଭାପତି ଶ୍ରୀ କର ରଖିଥିବା ପ୍ରସ୍ତାବକୁ ସଭାରେ ଅନୁମୋଦନ କରାଯାଇଥିଲା । ବୈଠକ ଅବସରରେ ବରିଷ୍ଠ ସାମ୍ବାଦିକ ହୃଷିକେଶ ମହାନ୍ତିଙ୍କୁ ସଂଘର ଉପସଭାପତି ଭାବେ ମନୋନୀତ କରାଯାଇଥିଲା । ବୈଠକ ଅବସରରେ ବରିଷ୍ଠ ସାମ୍ବାଦିକ ହୃଷିକେଶ ମହାନ୍ତିଙ୍କୁ ସଂଘର ଉପସଭାପତି ଭାବେ ମନୋନୀତ କରାଯାଇଥିଲା  । ଏଥିରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଉପସଭାପତି ସତ୍ୟନାରାୟଣ ମିଶ୍ର, ପ୍ରଦୀପ ତି୍ରପାଠୀ, ରଶ୍ମିରଂଜନ ମିଶ୍ର, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, କାର୍ଯ୍ୟାଳୟ ସମ୍ପାଦକ ଭରତ ବେହେରା, ସଂଜୟ ପତି, ରାଧାକାନ୍ତ ମିଶ୍ର, ମଦନ ପାଣି, ରମେଶ ମହାନ୍ତି, ବିଶ୍ୱଜିତ୍ ପଟ୍ଟନାୟକ, ରାଜୀବଲୋଚନ ଦାସଙ୍କ ସମେତ ବିିଭିନ୍ନ ଜିଲ୍ଲାର ସଭାପତି ସର୍ବଶ୍ରୀ ଶ୍ରୀକାନ୍ତ ଖଟେଇ, ରବିନାରାୟଣ ଖିଲାର, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ସୌମ୍ୟରଂଜନ ପଟ୍ଟନାୟକ, ଲୋକନାଥ ଦଳାଇ, ମନୋଜ କୁମାର ଦାସ, ଶଶାଙ୍କ ଶେଖର ମିଶ୍ର, ସନ୍ତୋଷ କୁମାର ଦାସ, ପି. ପ୍ରକାଶ, କେ. ଶ୍ରୀନିବାସ ରାଓ, ହରିହର ସ୍ୱାଇଁ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ହିମାଂଶୁ ଶେଖର ନାୟକ, ସୁରେଶ କୁମାର ଦାସ, ଦେବାନନ୍ଦ ତାଣ୍ଡି, ଅଶୋକ କୁମାର ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ  । ବୈଠକ ଅବସରରେ ରାଜ୍ୟର ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା  ।