ଲୋନ ନାଁରେ ୯୦ ଲକ୍ଷ ଚଳୁ; ୨ ଠକ ଗିରଫ

ଭୁବନେଶ୍ୱର, ୧୭ା୧୨ : ଦମ୍ପତ୍ତିଙ୍କୁ ବ୍ୟାଙ୍କରେ ଲୋନ କରାଇ ଦେବାକୁ କହି ସେମାନଙ୍କ ଘରକୁ ବନ୍ଧକ ରଖି ବ୍ୟାଙ୍କରୁ ୯୦ ଲକ୍ଷ ଉଠାଇ ଦମ୍ପତ୍ତିଙ୍କୁ ୧୦ ଲକ୍ଷ ଦେଇ ବାକି ୮୦ ଲକ୍ଷ ଚଳୁ । ଏନେଇ ବ୍ୟାଙ୍କ ପକ୍ଷରୁ ଦମ୍ପତ୍ତିଙ୍କୁ ଘର ନିଲାମ ନୋଟିସ ପରେ ସେ ଠକେଇର ଶିକାର ହୋଇଥିବା ଜାଣି ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜାଣିବାକୁ ପାଇଥିଲା ଯେ, ଦୁଇ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଲୋନ କରାଇ ଦେବାକୁ କହି ସେମାନଙ୍କ ଦସ୍ତଖତ କରାଇ ବ୍ୟାଙ୍କରୁ ପୂର୍ବତ୍ତନ ମ୍ୟାନେଜରଙ୍କୁ ଧରି ସେମାନଙ୍କ ଘରକୁ ବନ୍ଧକ ରଖି ପରେ ସେମାନଙ୍କୁ ଏକ କମ୍ପାନୀର ନିଦେ୍ର୍ଦଶକ କରାଇ ୯୦ ଲକ୍ଷ ଟଙ୍କା ଉଠାଇ ନେଇ ସେଠାରୁ ୮୦ ଲକ୍ଷ ଚଳୁ କରି ବାକି ୧୦ ଲକ୍ଷ ଟଙ୍କା ଦମ୍ପତ୍ତିଙ୍କୁ ଦେଇଥିବା ଜାଣିବାକୁ ମିଳିଥିଲା । ଏଭଳି ଘଟଣା ପରେ ପୁଲିସ ଆଜି ଦୁଇ ଠକଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏଥିରେ ସମ୍ପୃକ୍ତି ରହିଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଧରିବାକୁ ପୁଲିସ ଟିମ ଚଢ଼ାଉ ଆରମ୍ଭ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ଏୟାରଫିଲ୍ଡ ଥାନା ଅଧିନ ଭିମଟାଙ୍ଗୀର ଆଶୁତୋଷ ଆଚାର୍ଯ୍ୟ ଓ ଧଉଳି ଥାନା ଅଞ୍ଚଳ ଲିଙ୍ଗିପୁରର ବିଭୂତି ଭୂଷଣ ପ୍ରଧାନ ।
 ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ଅଭିଯୋଗକାରିଣୀଙ୍କ ଆର୍ଥôକ ସମସ୍ୟା ହେତୁ ତାଙ୍କର ୧୦ ଲକ୍ଷ ଟଙ୍କା ଆବଶ୍ୟକ ରହିଥିଲା ଓ ସେ ଏଥି ନିମନ୍ତେ ଜଣେ ସ୍ତାନୀୟ ଲୋକ ସହାୟତାରେ ଅଭିଯୁକ୍ତ ବିଭୂ ସହିତ ଯୋଗାଯୋଗରେ ଆସିଥିଲେ । ଏହି ସମୟରେ ବିଭୂ ନିଜର ପରିଚୟ ଦେବା ସହ ସେ ଓ ତା ସହଯୋଗୀ ଆଶୁତୋଷଙ୍କ ଅନେକ ଅଫିସର ଓ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଭଲ ସମ୍ପର୍କ ରହିଥିବା ଏବଂ ସେମାନେ ଅନେକ ଲୋକ ମାନଙ୍କୁ ଲୋନ ଯୋଗାଇ ଦେବାରେ ସାହାର୍ଯ୍ୟ କରିଥିବା କହିଥିଲେ । ଅଭିଯୋଗକାରିଣୀ ଓ ତାଙ୍କ ସ୍ୱାମୀ ସେମାନଙ୍କ କଥାରେ ବିଶ୍ୱାସ କରି ଅଭିଯୁକ୍ତ ବିଭୂଙ୍କ ସହିତ ଅଭିଯୁକ୍ତ ଆଶୁତୋଷଙ୍କ ଘରକୁ ଯାଇଥିଲେ ଓ ସେଠାରେ ଆଶୁତୋଷ ସେମାନଙ୍କୁ ଜମି ବାବଦକୁ ବ୍ୟାଙ୍କରୁ ଲୋନ କରାଇଦେବା ପାଇଁ ନିଶ୍ଚିତ କରାଇଥିଲେ । ପରେ ଅଭିଯୋଗକାରିଣୀ ଉଭୟ ଅଭିଯୁକ୍ତଙ୍କୁ ବିଶ୍ୱାସ କରି ସେମାନେ ଜମିର ଦଲିଲ ଦେଇଥିଲେ ଓ ତା ସହିତ ଅଭିଯୁକ୍ତ ମାନେ ପୂର୍ବରୁ ଯୋଜନା କରି ରଖିଥିବା ଦସ୍ତାବିଜରେ ଦସ୍ତଖତ ମଧ୍ୟ କରିଥିଲେ । ଏହି ଘଟଣାର କିଛି ଦିନ ପରେ ଅଭିଯୁକ୍ତ ଆଶୁତୋଷ ଅଭିଯୋଗକାରିଣୀଙ୍କୁ ବ୍ୟାଙ୍କକୁ ଲୋନ କରାଇଦେବାକୁ ଡ଼ାକିଥିଲେ ଓ ଗତ ତା ୨୫.୧.୨୦୧୯ରେ ଅଭିଯୁକ୍ତ ଆଶୁତୋଷ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ । ଗତ ତା ୧୮.୬.୨୦୨୦ ରିଖରେ ପୁନର୍ବାର ଅଭିଯୁକ୍ତ ଦୁହେଁ ଅଭିଯୋଗକାରିଣୀଙ୍କର ଘରକୁ ଆସିଥିଲେ ଓ ସେମାନେ  ନେଇଥିବା ଲୋନର ସୁଧହାର ଦୁଇ ଗୁଣା ହୋଇଯିବାର ଭୟ ଦେଖାଇ ପୁନର୍ବାର ବ୍ୟାଙ୍କ ଯାଇ କିଛି ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଉଭୟ ଅଭିଯୁକ୍ତଙ୍କ ନିଦେ୍ର୍ଦଶରେ ଅଭିଯୋଗକାରିଣୀ ସନ୍ଧ୍ୟାରେ ବ୍ୟାଙ୍କ ଯାଇ ସେଠାରେ ବିଭିନ୍ନ ଦସ୍ତାବିଜରେ ଦସ୍ତଖତ କରିଥିଲେ । ବ୍ୟାଙ୍କରୁ ଫେରିବା ପରେ ଅଭିଯୋଗକାରିଣୀଙ୍କ ମନରେ ସନେ୍ଦହ ହୋଇଥିଲା ଓ ଅଭିଯୁକ୍ତ ମାନଙ୍କର କାର୍ଯ୍ୟକଳାପକୁ ନେଇ ତାଙ୍କର ସ୍ୱାମୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଘଟଣାର କିଛିଦିନ ପରେ ବ୍ୟାଙ୍କରୁ ନୋଟିସ୍ କଲ ଆସିଥିଲା ଯେଉଁଥିରେ ସେମାନଙ୍କୁ ୮୯ ଲକ୍ଷ ଟଙ୍କାର ସୁଧ ଓ ମୂଳ ପରିଶୋଧ କରିବା ପାଇଁ ନିଦେ୍ର୍ଧଶ ରହିଥିଲା । ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଅଭିଯୁକ୍ତ ଦୁହେଁ ସେମାନଙ୍କୁ ଠକିଥିବା ଜାଣିବା ପରେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।