ସରସ୍ୱତୀ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ
ରାଜକନିକା: ରାଜକନିକା ବ୍ଲକ ବରାଡିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଅବସରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ରବିନାରାୟଣ ନାୟକ, ମୁଖ୍ୟବକ୍ତା ଭାବେ ଉତ୍ତର ପୂର୍ବ ସମ୍ଭାଗ ସମ୍ପାଦକ ମହେନ୍ଦ୍ର ଘଡେଇ ଯୋଗଦେଇ ଛାତ୍ରଛାତ୍ରୀ ଭଲ ପଢିବା ସହିତ ଭଲ ମଣିଷ ହେବାକୁ ପ୍ରଥମେ ଚେଷ୍ଟା କରିବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଆର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବାହାନ ଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ତ୍ରିଲୋଚନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧାନଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ରଖିଥିବା ବେଳେ, ଗୁରୁଜୀ ବିବେକାନନ୍ଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ମମତା ଦାସ ଓ ମୋନାଲିସା ଜେନା ପୁରସ୍କାର ବିତରଣ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଦ୍ୟାମନ୍ଦିରସ୍ତରରେ ୪ ଶହ ମିଟର ଦୌଡରେ ଓଡ଼ିଶା ପ୍ରଦେଶରେ ପ୍ରଥମ ହୋଇ ସର୍ବଭାରତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ।