ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅବସରକାଳୀନ ସମ୍ବର୍ଦ୍ଧନା
ପାଣିକୋଇଲି: ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ଅଳତିରି ଗ୍ରାମର ଚାନ୍ଦପୁର ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଚାନ୍ଦପୁର ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋରେଇ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷକ ଭେଳାନାଥ ସାହୁଙ୍କ ସଞ୍ଚାଳନାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଅତିଥିଭାବେ ଉକôଳ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ମହାସଚିବ ରବିନ୍ଦ୍ର ନାଥ ଜେନା ଯୋଗ ଦେଇଥିଲେ । ଶିକ୍ଷାବିତ୍ ଜଗନ୍ନାଥ ମାଝୀ, ପୂର୍ଣ୍ଣଚନ୍ଦ୍ର ଦାସ, ନବଘନ ସ୍ୱାଇଁ, ବିନୋଦ ବିହାରୀ ମହାପାତ୍ର, ନୃସିଂହ ଚରଣ ମିଶ୍ର, ବିଶ୍ୱନାଥ ଗୁରୁ, ନରେନ୍ଦ୍ର ଘଡାଇ, ନିଶିକାନ୍ତ ମହାପାତ୍ର ବିଜୟ ଶତପଥି, ମିଲନ ମହାନ୍ତି, ବିଷ୍ଣୁ ଚରଣ ଦାସ ପ୍ରମୁଖ ଯୋଗଦେଇ ବସନ୍ତ ମହାାପତ୍ରଙ୍କ ଛାତ୍ରବସôଳ ପଦ୍ଧତି ଶିକ୍ଷାଦାନ ସର୍ମ୍ପକରେ ଆଲେଚନା କରିବା ସହ ତାଙ୍କ ନିରାମୟ, ଦୀର୍ଘଜୀବନ କାମନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପାର୍ବତୀ ନାୟକ, କୀର୍ତ୍ତନ ବିହାରୀ ଦାଶ, ନିରଂଜନ ରାଉତ, ସଦାନନ୍ଦ ସ୍ୱାଇଁ ସମତେ ସମସ୍ତ ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ ।
ବ୍ରହ୍ମବରଦା: ବ୍ରହ୍ମବରଦା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ଡ.ସୁଦର୍ଶନ ପୃଷ୍ଟି, ରାଜନୀତି ବିଜ୍ଞାନର ଅଧ୍ୟାପକ ଦିଲୀପ କୁମାର ସାହୁ ଓ ମୁଖ୍ୟ କିରାଣୀ ବିଷ୍ଣୁଚରଣ ଓଝାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅତିଥି ଅବସର ଗ୍ରହଣ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ଭବିଷ୍ୟତ ଉତ୍ତୋରତର କାମନା କରିଥିଲେ । +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ୩୬ନଂ ଜିଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ସମାଜସେବୀ ବିପିନ ବିହାରୀ ଦେଓ, କବି ନିମାଇଁ ଚରଣ ଦାସ, ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଜେନା, ଶିକ୍ଷାବିତ ସେକ ଆଲ୍ଲାଉଦ୍ଦିନ ଖାଁ, ପରମାନନ୍ଦ ସାହୁ, ହେମନ୍ତ ସାହୁ ଆଦି ଯୋଗାଇ ଦେଇଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଉଲ୍ଲାସ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବନଲତା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ସୁଚିତ୍ରା ନନ୍ଦ ଦାସ, ଅଧ୍ୟାପିକା ବନଲତା ଲେଙ୍କା, ରଶ୍ମିତା ସାମଲ ବିଦାୟୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ମନୋଜ କୁମାର ପୃଷ୍ଟି, ଶ୍ରୀନିବାସ ଜେନା, ସୁକାନ୍ତ କୁମାର ସାହୁ, ଡ. ବିକ୍ରମ କୁମାର ମହାପାତ୍ର, ରାଜକିଶୋର ପଣ୍ଡାଙ୍କ ସମେତ କର୍ମଚାରୀ ସତ୍ୟାନନ୍ଦ ରାଉତ, ଆଲୋକ କୁମାର ବେହେରା, ବଳରାମ ରାଉତ, ବାସୁଦେବ ବେହେରା, ବଇ ଲୋଚନ ସାହାଣି ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଦାନଗଦୀ: ଶାଳିଜଙ୍ଗା ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ରବିବାର ବିଦ୍ୟାଳୟର ସଭାପତି ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶାଳିଜଙ୍ଗା ପଞ୍ଚାୟତ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ବାରିକ ଓ ସଂସ୍କୃତ ଶିକ୍ଷକ ବିଜୟ କୁମାର ରଥଙ୍କ ଉଦେ୍ଦଶ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣ ଓ ବ୍ଲକ ଏବିଇଓ ବଳରାମ ପତି ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାଡେଶ୍ୱର ଜୁନିୟର କଲେଜର ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା, ମୋ ସ୍କୁଲ ସଭାପତି ବସନ୍ତ କୁମାର ଦାସ, ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର, ଶିକ୍ଷାବିତ ଫକିର ଚରଣ ଦାଶ, ପୂର୍ବତନ ଖେଳ ଶିକ୍ଷକ ଚକ୍ରଧର ଦାଶ, ପୁରାତନ ଛାତ୍ର ଅବିନାଶ ମିଶ୍ର, ଶାଳିଜଙ୍ଗା ପଞ୍ଚାୟତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାଳୟ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ମାନଙ୍କୁ ଉପଢୌକନ ପ୍ରଦାନ କରିଥବା ବେଳେ ସେମାନେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ବକ୍ତବ୍ୟ ମାଧ୍ୟମରେ ରଖିଥିଲେ । ପରେ ଦୁଇ ଶିକ୍ଷକଙ୍କୁ ବିଦ୍ୟାଳୟ ନୂତନ ଓ ପୁରାତନ ଛାତ୍ର ପକ୍ଷରୁ ଶୋଭାଯାତ୍ରାରେ ନେଇ ବାସସ୍ଥାନରେ ଛାଡ଼ିଥିଲେ ।