ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡିଗଲା
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଜଳଗଣ୍ଡିଆ ସାହି ନିକଟରେ ଫର୍ଚÿୁନ ଇକୁ୍ୟପମେଣ୍ଟ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସହେନ୍ଦ କରାଯାଉଛି । ଗତକାଲି ରାତିରେ ମାଲିକ ଦୋକାନ ବନ୍ଦ କରି ଯାଇଥିଲେ । ନରଣପୁର ଅଂଚଳର ମଦନ ମୋହନ ମହାନ୍ତ ଭୋର ୪ଟା ୩୦ରେ ପ୍ରାତଃଭ୍ରମଣ କରିବାକୁ ଯାଇଥିବାବେଳେ ଦୋକାନରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବିଭାଗର ୧୧୨ରେ ଫୋନ କରି ଜଣାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଭୋର ୪ଟା ୫୦ ମିନିଟରୁ ଦୀର୍ଘ ୧ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଫର୍ଚÿୁନ ଇକୁ୍ୟପମେଣ୍ଟ ଦୋକାନ ଭିତରେ ଥିବା ୨୫ଲକ୍ଷରୁ ଊଦ୍ଧ୍ୱର ଟଙ୍କାର ବ୍ୟାଟେରୀ, ଜେନରେଟର, ସୋଲାର ପ୍ୟାନେଲ ଓ ଇନଭର୍ଟର ପୋଡି ଯାଇଛି ବୋଲି ଦୋକାନ ମାଲିକ ସ୍ନେହସ୍ମିତା ନାୟକ କହିଛନ୍ତି ।