ସରିନି ଯାଞ୍ଚ, ଧାନ ବିକି ପାରୁନାହାନ୍ତି ୪୬ ହଜାର ଚାଷୀ
ଭୁବନେଶ୍ୱର : ଖରିଫ୍ରେ ଧାନ ବିକ୍ରି କରିବା ପାଇଁ ୧୯ ଲକ୍ଷ ୭୬୮୧୨ ଚାଷୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ୨୧ ହଜାର ୫୮ ଚାଷୀଙ୍କର ଯାଞ୍ଚ ପ୍ରକ୍ରିୟା ସରିଛି । ଅର୍ଥାତ୍ ସେମାନେ ଧାନ ବିକ୍ରି କରିବାକୁ ଯୋଗ୍ୟ ଅଛନ୍ତି । କିନ୍ତୁ ଏବେବି ୪୬୭୫୪ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆରଆଇ ରିପୋର୍ଟ ଆଧାରରେ ଭାଗଚାଷୀଙ୍କ ତଥ୍ୟ, ଯୁଗ୍ମ କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା, ସାଟେଲାଇଟ୍ ଯାଞ୍ଚ ପ୍ରକ୍ରିୟା ଜାରିରହିଛି । ଯାହାଫଳରେ ସେମାନେ ଧାନ ବିକ୍ରି କରିପାରୁନାହାନ୍ତି । ସେହିପରି ଏବେ ୩୧୭୮ ପାକସ/ଲାମ୍ପସ ଓ ଏସଏଚଜି ଜରିଆରେ ଧାନ କିଣା ଜାରିରହିଛି ।