ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ କ୍ରାଇମ୍ ସ୍ପଷ୍ଟ ନେବ କ୍ରାଇମ୍ବ୍ରାଞ୍ଚ
ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଅପରାହ୍ଣରୁ ଦିନିକିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଆଜି ସକାଳୁ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ୬ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ । ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ଟିମ୍ ରିମାଣ୍ଡରେ ଆଣିଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଏସ.ସାଇନି ୬ ଅଭିଯୁକ୍ତଙ୍କୁ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଗୋପାଳପୁର ଥାନାରେ ପଚରାଉଚରା କରିଥିଲା । ରାତି ପ୍ରାୟ ୧୧ଟା ସମୟରେ କ୍ରାଇମ୍ବ୍ରାଞ୍ଚ ଟିମ୍ ପଚରାଉଚରା ଶେଷ କରିବା ପରେ ଗଣଦୁଷ୍କର୍ମ ସ୍ଥାନକୁ ଯାଇ ସେଠାରେ ରାତ୍ର ସମୟରେ କିଭଳି ଦୃଶ୍ୟ ରହୁଛି ସେ ନେଇ ଅନୁଧ୍ୟାନ କରିଥିଲା ଟିମ୍ । ଗତ କାଲି ଦିନିକିଆ ରିମାଣ୍ଡରେ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ନେଇ ଜେରା କରିଥିଲା । ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗାଁର କୁନାଲ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ବାରୁପଦ ଗାଁର ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ସିକିରି ଗାଁର ଓମ୍ ପ୍ରଧାନ, ଦୀପକ ତରାଇ ଓ ପୁରୁଷୋତ୍ତମପୁରର ପ୍ରମୋଦ ନାୟକଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।