ସାଇବର ଫ୍ରଡ୍ ରୋକିବ ଡିଓଟି

 ଭୁବନେଶ୍ୱର : ସାଇବର ଠକେଇ ଏବଂ ଆର୍ଥିକ ଅପରାଧ ମୁକାବିଲା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛି ଟେଲିକମ୍ ବିଭାଗ (ଡିଓଟି) । ଡିଓଟି ଅଂଶୀଦାରଙ୍କ ସହିତ ‘ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ)’ ତଥ୍ୟ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । ସାଇବର ଠକେଇ ନିବାରଣ ଲାଗି ଅଗ୍ରୀମ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ସୂଚନା ପ୍ରଦାନ କରି ଆର୍ଥିକ ପ୍ରତିଷ୍ଠାନଗୁଡିକୁ ସଶକ୍ତ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ଉପକରଣ ଦ୍ୱାରା ଚିହ୍ନିତ ମୋବାଇଲ ନମ୍ବରରେ ଡିଜିଟାଲ ଦେୟ ପ୍ରଦାନ କରାଯିବା ସମୟରେ ଉକ୍ତ ନମ୍ବରରେ ସାଇବର ସୁରକ୍ଷା ଏବଂ ସତ୍ୟତା ଯାଞ୍ଚକୁ ସୁଦୃଢ଼ କରାଯାଇପାରିବ । ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ, ଦୂରସଞ୍ଚାର ବିଭାଗର ଚକ୍ଷୁ ପ୍ଲାଟଫର୍ମ ଅନୁଷ୍ଠାନ ଠାରୁ ମିଳିଥିବା ତଥ୍ୟ ଆଧାରରେ ଏହି ବର୍ଗୀକରଣ କରାଯାଇଥାଏ । ଏହା ବିଭିନ୍ନ ଅଂଶୀଦାର, ଏନ୍ବିଏଫ୍ସି ଏବଂ ୟୁପିଆଇ ସେବା ପ୍ରଦାନକାରୀଙ୍କୁ କାର୍ଯ୍ୟକାରିତାକୁ ପ୍ରାଥମିକତା ଦେଇଥାଏ ।