ସହିଦ ଦିବସ ପାଳିତ
କଟକ: ଜାତିର ପିତା ମହାତ୍ମାଗାନ୍ଧିଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଠାରେ ଜିଲ୍ଲାସ୍ତରୀୟ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଗାନ୍ଧିଜୀଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ, କଟକ ମହାନଗର କମିଶନର ଅନାମ ଚରଣ ପାତ୍ର ଓ ସ୍ଥାନୀୟ କର୍ପୋରେଟର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ମହାଲିଙ୍ଗ ଗାନ୍ଧୀ ସ୍ମୃତି ପଲ୍ଲିଶ୍ରୀ ମେଳାର ମଧ୍ୟ ଶୁଭ ଉଦ୍ଘାଟନ କରିଥିଲେ । କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଲ୍ଲିଶ୍ରୀ ମେଳାରେ ପ୍ରାୟ ୬୦ଟି ଷ୍ଟଲ ସ୍ଥାନ ପାଇଛି । ଏହି ତିନିଦିନିଆ ମେଳାର ପ୍ରତ୍ୟେକ ସନ୍ଧ୍ୟାରେ ବିଶିଷ୍ଟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।