ସହିଦ ଦିବସରେ ରକ୍ତଦାନ ଶିବିର

ତାଳଚେର: ସହିଦ ଦିବସ ଅବସରରେ ଏନ୍ଟିପିସି ତାଳଚେରର ଥର୍ମାଲ ଡିଏଭି ପବ୍ଲିକ ସ୍କୁଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟିଟିପିଏସ୍ ଡ଼ିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଡକ୍ଟର ସମୀର କୁମାର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭୦ଜଣ ଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଶିବିରକୁ ଏନଟିପିସି - ଟିଟିପିଏସ୍ ର ମୁଖ୍ୟ ମହାପ୍ରବନ୍ଧକ ବିଜୟ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବାବେଳେ ସମ୍ମାନୀୟ ଅତିଥି ଭାବରେ ଏନ୍ଟିପିସି- ଟିଟିପିଏସ୍ର ଉପ ମହାପ୍ରବନ୍ଧକ ସୁରେଶ ବେହେରା, ସହ ମହାପ୍ରବନ୍ଧକ ଦେବବ୍ରତ ତ୍ରିପାଠୀ, ଉପମହାପ୍ରବନ୍ଧକ ସକିଲ ଅହମଦ, ବରିଷ୍ଠ ପ୍ରବନ୍ଧକ ଡ଼ଃ ଶଶୀଭୁଷଣ ମିଶ୍ର , ସାଗରିକା ମହିଳା କ୍ଲବର ଅଧ୍ୟକ୍ଷା ବିଭା ଅଗ୍ରୱାଲ, ସମ୍ପାଦିକା ଶର୍ମିଷ୍ଠା ସାହୁ, ଦୀପ୍ତି ଅବସ୍ଥି, ଆଶାଲୋକ ହସ୍ପିଟାଲର ମୁଖ୍ୟ ଡାକ୍ତର ଭାରତୀ ସିଂହ, ସହଯୋଗୀ ଡାକ୍ତର ନିଶାନ୍ତ ଦାସ, ଡକ୍ଟର ଇନ୍ଦ୍ରଜିତ ଜେନା,ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ବୋଷ, ଗଡତଳ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ, ଅଭିଭାବକ ପ୍ରତିନିଧିଗଣ ଯୋଗ ଦେଇଥିଲେ । ସହିଦ ଦିବସ ଉପଲକ୍ଷେ ଏକ ବୈଠକ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ତାଳଚେର ଉପଖଣ୍ଡ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବିନୟ କୁମାର ପାଢ଼ୀ ଓ ତାଙ୍କର ସହଯୋଗୀମାନେ ରକ୍ତ ସଂଗ୍ରହ କରିଥିଲେ ।