ସାଇବର ସୁରକ୍ଷା ନେଇ ଆଇନ ସଚେତନତା ଶିବିର
ଜୟପୁର : ସୋସିଆଲ ମିଡିଆ ପ୍ଲାଟଫର୍ମର ସୁରକ୍ଷା ଏବଂ ସାଇବର ଆଇନ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବାରିଣିପୁଟ ପଞ୍ଚାୟତ କାର୍ଯ୍ୟଳରେ ଆଇନ ସଚେତନତା ଶିବିର ପ୍ରଦୀପ ମହନ୍ତ ଜିଲ୍ଲା ଜଜ୍ଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପ୍ରଦ୍ୟୋମୟୀ ସୁଜତା ଯୋଗଦେଇଥିଲେ । ଅନ୍ୟଅତିଥିଙ୍କ ମଧ୍ୟରେ ଡ. ବି ଗାୟତ୍ରୀ ଦେବୀ ସ୍ପେସିଆଲ ପି.ପି ପୋକ୍ସ କୋର୍ଟ, ଭବାନୀ ପ୍ରଧାନ, ଡିଏସ୍ପି ସାଇବର ଥାନା କୋରାପୁଟ, ଅନନ୍ତ ମୁଦୁଲି, ରାମେଶ୍ୱରୀ ହିକକା, ସହକାରୀ ଶ୍ରମ ଅଧିକାରୀ କାହ୍ନୁ ଚରଣ ଦଣ୍ଡସେନା, ପିଓ ପଦମା ନନ୍ଦିବାଲି ଓ ସରପଞ୍ଚ ଯୋଗଦେଇଥିଲେ । ସାଧାରଣ ଜନତାଙ୍କ ପାଇଁ ସାଇବର ସୁରକ୍ଷା ବିଷୟରେ କହିଥିଲେ ଯେ, ସର୍ବଦା ଜଟିଳ ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ପାସୱାର୍ଡକୁ କଦାପି ଅନ୍ୟଆଗରେ ପ୍ରକାଶ କରନ୍ତୁ ନାହିଁ ବୋଲି ଅଧିକାରୀ କହିଥିଲେ ଯେ, ଶ୍ରମ ଆଇନ ଅପର୍ଯ୍ୟାପ୍ତ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକାରୀତା ଯୋଗୁଁ ପ୍ରବାସୀ ଶ୍ରମିକମାନେ ପ୍ରାୟତଃ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି ଯାହାଫଳରେ ଅନୁଚିତ ମଜୁରୀ ଅସୁରକ୍ଷିତ କାର୍ଯ୍ୟ ପରିସ୍ଥିତି ସାମାଜିକ ସୁରକ୍ଷାର ଅଭାବ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇବାରେ ଅସୁବିଧା ଭଳି ସମସ୍ୟା ଉପୁଜେ । ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ନିଜ ନାମ ଜିଲ୍ଲା ଶ୍ରମ ଅଧିକାର କାର୍ଯ୍ୟଳୟରେ ପଞ୍ଜିକୃତ କରିବା ଉଚିତ ଏବଂ ନିଜର ସଂକ୍ଷିପ୍ତ ବିବରଣୀ ସହିତ କେଉଁ ଠିକାଦାର କମ୍ପାନୀ ମାଲିକ ଇତ୍ୟାଦି ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଜଣାଇବା ଆବଶ୍ୟକ ଅଟେ । ବିନା ପଞ୍ଜିକରଣରେ କାହାସହିତ କେବେ ମଧ୍ୟ ବାହାର ରାଜ୍ୟକୁ କାମ ଅନ୍ବେଷଣ ଯିବା ଅନୁଚିତ ବୋଲି କହିଥିଲେ ।