ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୈଠକ
ଜୟପୁର: ୭୬ତମ ସାଧରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଜୟପୁର ପୌର ପରିଷଦର ପାରିଷାଦିକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଆଡମ୍ବରରେ ଜୟପୁର ଦଶହରା ପଡିଆରେ ପୂର୍ବାହ୍ନ ୮.୩୦ ମିନିଟ ସମୟରେ ହେବ ।ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟା ପତାକା ଉତ୍ତୋଳନ କରିବେ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଶିଶୁ ମନ୍ଦୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ ।ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତୁ୍ୟଷ ୫ ଟା ଠାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭ ଘଣ୍ଟ ଠାରୁ ୭.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ୫୪ ଗୋଟି ଗ୍ରୁପ୍ ପ୍ୟାରେଡରେ ଭାଗ ନେବେ । ଘୋଷ ବାଦ୍ୟ ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ସରସ୍ୱତି ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ୱତୀ ମନ୍ଦିର ଅରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଟାଉନ ପୋଲିସ ଅଧିକାରୀ, ସଦର ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳ ରକ୍ଷାର ଦାୟିତ୍ୱ ଦିଆଗଲା । ସମସ୍ତ ଅଧିକାରୀ ଉକôଳ ବାଲାଶ୍ରମ ନିବାସର ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିସôାଳୟର ଶଯ୍ୟାଶାୟୀ ରୋଗୀ ଓ ଉପକଖଣ୍ଡ କାରାଗାର ଜୟପୁରର କଏଦୀ ମାନଙ୍କୁ ସମ୍ପାଦକ ବଜାର କମିଟି, ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତ୍ତରେ ମିଷ୍ଟାନ ଓ ଫଳ ବଣ୍ଟନ କରାଯିବ ।ଚଳିତ ବର୍ଷ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା, ବେଷ ଚନ୍ଦ୍ରିକା ପ୍ରତିଯୋଗିତା ଓ ଶାରୀରିକ କ୍ରୀଡା କୌଶଳ ପ୍ରତିଯୋଗିତା ପ୍ରମୁଖ ଅନୁଷ୍ଠିତ ହେବ । ସମସ୍ତ ପ୍ରତିଯୋଗିତା ସରକାରୀ ଉଚ୍ଚÿ ବିଦ୍ୟାଲୟ, ଜୟପୁର ଠାରେ ଆୟୋଜିତ ହେବ କେବଳ ଚିତ୍ର କଳା ପ୍ରତିଯୋଗିତା ବିକ୍ରମ ସରକାରୀ ଚାରୁ ଓ କାରୁକଳା ମହା ବିଦ୍ୟାଲୟ, ଜୟପୁର ଠାରେ ହେବ ।ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ୨୬ ତାରିଖ ଦିନ ମୁଖ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରାଥମିକ ଚିକିସôା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିସôାଳୟ, କୋରାପୁଟ ଜୟପୁରଙ୍କୁ ୨୨ ଠାରୁ ୨୪ ତାରିଖ ପ୍ୟାରେଡ ଅଭ୍ୟାସ ଦିନ ଓ ୨୬ ତାରିଖ ଦିନ ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିସôା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଦିନ ପ୍ରାଥମିକ ଚିକିସôା ପାଇଁ ସ୍ୱତନ୍ତ୍ର ଟେଣ୍ଟ କରାଯିବ । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପିଏଚ୍ଡି ଜୟପୁର, ମଞ୍ଚ ସାଜସଜା ନିମନ୍ତେ ସହକାରୀ ନିଦେ୍ର୍ଦଶକ, ଉଦ୍ୟାନ ବିଭାଗ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌର ପାଳିକାଙ୍କୁ ଅନୁରୋଧ କରାଗଲା । ମୁଖ୍ୟ ଅତିଥି ନିମନ୍ତ୍ରିତ ଅତିଥି ଓ ସାମ୍ବାଦିକ ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଟୃପ ବେରିକେଡିଂ କରିବା ଦାୟିତ୍ୱ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣଙ୍କୁ ଦିଆଗଲା । ଏହି ବୈଠକରେ ଟାଉନ ଥାନା ଜୟପୁର ଅଧିକାରୀ ରମଣୀ ରଞ୍ଜନ ଦଳେଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ନାୟକ, ଜୟପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ପାନୀୟ ଜଳ ଯୋଗାଣ,ସହକାରୀ ଅଗ୍ନିଶମ ଅଧିକାରୀ ଜୟପୁର ସୁରେଶ କୁମାର ବାରିକ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠବାଡି,ଏନସିସି ଅଧିକାରୀ ଡ. ଲକ୍ଷ୍ମଣ ପାତ୍ର, ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ଦାସ, ଶିଶୁ ମନ୍ଦିର ଅରବିନ୍ଦ ନଗର, ନିରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ସଂଗଠନ କମିଶନ ସ୍କାଉଟ, କିରାଣୀ ତଥା ଗ୍ରନ୍ଥାକାରକ, ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିଥିଲେ ।