ରାମଚରିତ ମାନସ ଉଦ୍ୟାପିତ

 ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ମଦନମୋହନଙ୍କ ପ୍ରାଙ୍ଗଣରେ ୯ ଦିନ ଧରି ଚାଲିଥିବା ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦ୍ୟାପିତ ହୋଇଛି । ଶ୍ରୀରାମ ଚରିତ ମାନସ ପାରାୟଣ କମିଟି ଓ ନୂଆପାଟଣା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରରେ ପ୍ରବଚକଙ୍କ ଦ୍ୱାରା ପ୍ରବଚନ ଦିଆଯାଇଥିଲା । ଏଥିରେ ôରାମାୟଣରେ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନ ଆଦର୍ଶ ମାତା ସୀତା, ଭ୍ରାତା ଭରତ, ଲଖ୍ମଣ ଏବଂ ଭକ୍ତ ହନୁମାନଙ୍କ ପୌରାଣିକ କଥାମୃତକୁ ନେଇ ୯ ଦିନ ଧରି ଭକ୍ତିପୂତ ପ୍ରବଚନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ଛୋଟ ଛୋଟ ପିଲାମାନେ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଶ୍ରୀ ହନୁମାନଙ୍କ ବେଶରେ ଗ୍ରାମରେ ଶୋଭାଯାତ୍ରାରେ ବାହାରିଥିଲା । ଗ୍ରାମବାସୀ ମାନେ ଭକ୍ତିପୂତ ଭାବନାରେ ସେମାନଙ୍କ ପାଦ ଧୋଇ ଫଳପୁଷ୍ପ ଆଦି ନୈବେଦ୍ୟ ପ୍ରଦାନ ପୂର୍ବକ ବନ୍ଦାପନା କରିଥିଲେ  ।