ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା 

 ଭୁବନେଶ୍ୱର : ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ୟୁନିଟ୍-୩ ସଂକୁୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଏହାର ଉଦ୍ଘାଟନୀ ଅବସରରେ ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ  ନାରାୟଣ ରାଉତ (କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର) , ଭୁବନେଶ୍ୱର ମହାନଗର ସଂଘ ଚାଳକ  ଶ୍ରୀନିବାସ ମାନସିଂହ, ଶିକ୍ଷାବିତ୍ କମଳ କୁମାରୀ ଦାସ ଓ ସଂକୁଳ ପ୍ରମୁଖ ମହେନ୍ଦ୍ର କୁମାର ସାହୁ ଅତିଥି ରୂପେ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି । ଏହି କାର୍ଯ୍ୟଶାଳାରେ ଭୁବନେଶ୍ୱରର ୭ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୪୬ଜଣ ଶିକ୍ଷାର୍ଥୀ ସକ୍ରିୟ ଭାବେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟଶାଳା ସଂକୁଳ ସଂଯୋଜକ ନିରଞ୍ଜନ ତରାସଙ୍କ ନେତୃତ୍ୱରେ ଏବଂ ପୁରୀ ବିଭାଗ ନିରୀକ୍ଷକ ନୃସିଂହ ମିଶ୍ର, ସନ୍ତୋଷ କୁମାର ମହାପାତ୍ର ଏବଂ ୟୁନିଟ୍-୩ ସଂକୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟମାନଙ୍କ ସହଯୋଗରେ ହୋଇଥିଲା ।