ସାମ୍ବାଦିକତାରେ ପିଏଚଡି
ବ୍ୟାସନଗର : ଉକôଳ ୟୁନିଭରସିଟରୁ ସୋସିଆଲ ରେସ୍ପନସିବିଲିଟଜ୍ ଅଫ୍ ପ୍ରିଂଟ ମିଡିଆ: ‘ଏଷ୍ଟଡି ୱିଥ ରେଫରେନ୍ସ ଟୁ କେବିକେ ଡିଷ୍ଟ୍ରିକ୍ଟ୍ସ’ ଶୀର୍ଷକ ଥେସିସ ଉପରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ଶିକ୍ଷାବିତ୍ ତଥା କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ଅଧ୍ୟକ୍ଷ ଆଲେକଜାଣ୍ଡାର ଦାସ । ଉକôଳ ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ ପ୍ରବେଶିକା ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଗତ ୨୦୧୬-୧୭ ଶିକ୍ଷାବର୍ଷରେ ପିଏଚଡି ଆଡ଼ମିଶନ କରିଥିଲେ । ଓଡ଼ିଶାରେ କେବିକେର ୮ଗୋଟି ଜିଲ୍ଲାରେ ପ୍ରିଂଟ ମିଡ଼ିଆର ଭୂମିକା କଣ ଏବଂ ତାହା କିପରି ଭାବରେ ସ୍ଥାନୀୟ ଅଧିବାସୀ ମାନଙ୍କର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ତା ଉପରେ ଗବେଷଣା କରି ସେ ପିଏଚଡି ପାଇଁ ଥେସିସ୍ ବିଶ୍ୱବିଦ୍ୟାଳୟରେ ଦାଖଲ କରିଥିଲେ । ଭାଇଭା/ମୌଖିକ ପରୀକ୍ଷା ଅନୁଷ୍ଠିତ ହେବା ପରେ ବିଶ୍ୱବିଦ୍ୟାଳୟ ତରଫରୁ ଶ୍ରୀ ଦାସଙ୍କୁ ପ୍ରୋଭିଜିନାଲ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ ଡଃ କୁମରବର ଦାସ ଆଗଧାଡିର ଛାତ୍ରଛାତ୍ରୀ ଇତିହାସ ଲେଖୁଥିବା ସମୟରେ ପଛଧାଡ଼ିର ଛାତ୍ରଛାତ୍ରୀ ଇତିହାସ ସୃଷ୍ଟି କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ବ୍ୟାସନଗର ଅଟୋନୋମସ୍ କଲେଜ୍ର ପ୍ରାକ୍ତନ ଅଧ୍ୟକ୍ଷ ଡଃ କୁଶଚନ୍ଦ୍ର ପ୍ରଧାନ ଆଲେକଜାଣ୍ଡାରଙ୍କୁ ସାମ୍ବାଦିକତା ବିଭାଗରେ ଯାଜପୁର ଜିଲାର ପ୍ରଥମ ଡକ୍ଟରେଟ ଭାବରେ ଶୁଭେଚ୍ଛା ଜଣାଇଛନ୍ତି । କାହୁଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ମୋହନ ଚରଣ ଖୁଂଟିଆ ଓ ଆଲେକ୍ଜାଣ୍ଡାରଙ୍କ ଗୁରୁ ତଥା ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଗୋବର୍ଦ୍ଧନ ନାୟକ ଡଃ ଦାସଙ୍କ କର୍ମମୟ ଜୀବନ ଭିତରେ ପିଏଚଡି ପାଇବା ଅତ୍ୟନ୍ତ ଗୌରବର କଥା ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଡଃ ଦାସ ନିଜ ପିଏଚଡି ଗାଇଡ ତଥା ଉକôଳ ବିଶ୍ୱବିଦ୍ୟାଳୟର ପବ୍ଲିକ ଆଡମିନିଷ୍ଟ୍ରେସନ୍ ବିଭାଗର ପୂର୍ବତନ ପ୍ରଫେସର ଡଃ ସ୍ୱର୍ଣ୍ଣମୟୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।