ଯବାନ ଓ ଓକିଲଙ୍କ ଘରୁ ଲୁଟ୍ 

 ଭଦ୍ରକ  : ମଙ୍ଗଳବାର ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାମରାଇପୁର କେନାଲ ରୋଡ଼ ପାଖରେ ଥିବା ଦୁଇଟି କୋଠା ଘରୁ କବାଟ ଭାଙ୍ଗି ଗଡ଼ରେଜ ତାଡ଼ି ସୁନା,ଗହଣା ଓ ଟଙ୍କା ସବୁ ଲୁଟ କରି ନେଇଯାଇଛନ୍ତି ଚୋର  । ଘର ମାଲିକ ଗାଁକୁ ଯାଇଥିବା ବେଳେ ସକାଳେ ଏହା ଦେଖିବା ପରେ ସେହି ଘରେ ରହୁଥିବା ସିଆରପିଏଫ ଯବାନ ରଞ୍ଜନ ପଣ୍ଡା ସେହିଘରେ ଯାଜପୁରର ଓକିଲ ସଞ୍ଜୟ ପ୍ରକାଶ ତ୍ରିପାଠୀକୁ ଖବର ଦେଇଥିଲେ । ରାତ୍ରିରେ ଉକ୍ତ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ କବାଟ ଭାଙ୍ଗି ଭିତରେ ପଶି ମାଷ୍ଟର କି ରେ ତାଲା ଖୋଲି ନଗଦ ଟଙ୍କା ଓ ସୁନା ଗହଣା ସବୁ ନେଇ ଚମ୍ପଟ ମାରିଛନ୍ତି । ଗ୍ରାମାଞ୍ଚଳ ଥାନା ପୋଲିସ ସେଠାରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହିତ ସନ୍ଧନୀ କୁକୁର ବ୍ୟବହାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଅଳଙ୍କାରର ଖାଲି ବାକ୍ସ, ପାସବୁକ ବହି ବାହାରେ ପଡିଥିବାର ଦେଖିବାକୁ ମିଳିଥିଲା । ଏହିଭଳି ଚୋରି ବାରମ୍ବାର ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।