ବସ୍ ଦୁର୍ଘଟଣାରେ ୧ ମୃତ
ନବରଙ୍ଗପୁର : ବସ୍ ଦୁର୍ଘଟଣାରେ ଜଣେ ମୃତ ୧୫ ରୁ ଉର୍ଦ୍ଧ ଆହତ । ନବରଙ୍ଗପୁର ଜିଲ୍ଲା ତାରାଗାଁ ଛକ ନିକଟରେ ଓଲଟିଲା ବସ୍, ଜଣେ ମୃତ, ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା ଏସ୍ବିଟି ନାମକ ଏକ ଘରୋଇ ବସ୍ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରେଇ ଓଲଟି ପଡିଛି । ବସ୍ ତଳେ ଚାପି ହେଇ ଜଣେ ମୃତୁ୍ୟ ବରଣ କରିଥିବା ବେଳେ ୧୫ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ବସ୍ରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିବା ଜଣାପଡିଛି । ପ୍ରାଥମିକ ପର୍ଯ୍ୟାୟ ରୁ ବସ ଟାୟାର ଫାଟି ଯିବାରୁ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି ଏନେଇ ସ୍ପଷ୍ଟ ହୋଇପାରିନାହିଁ । ତେବେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟ ରେ ଭର୍ତି କରାଯାଇଛି । ସେମାନଙ୍କ ଚିକିସôା ଚାଲିଥିବା ଡକ୍ଟର ସୂଚନା ଦେଇଛନ୍ତି ।