ମିଡିଆ କ୍ଲବର ସ୍ୱନକ୍ଷତ୍ର ଦିବସ
ଧର୍ମଶାଳା : ଧର୍ମଶାଳା ମିଡିଆ କ୍ଲବର ତୃତୀୟ ସ୍ୱନକ୍ଷତ୍ର ଦିବସ ଧର୍ମଶାଳା ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଓଡ଼ିଆ ପ୍ରଫେସର ତଥା ରାଜଧାନୀ କଲେଜର ଅବସରପ୍ରାପ୍ତ ଅଧକ୍ଷା ଶକୁନ୍ତଳା ବଳିୟାରସିଂ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସୂଚନା କମିଶନର ଦିଲ୍ଲୀପ କୁମାର ବିଷୋଇ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ବସନ୍ତ ନାୟକ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ "ସାମ୍ପ୍ରତିକ ପରିସ୍ଥିତିରେ ଗଣ ମାଧ୍ୟମର ଭୂମିକା "ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୁମିକାକୁ ନେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ମନୋନିତ ଶିଶୁ ସାହିତି୍ୟକ ରାଜକିଶୋର ପାଢ଼ୀ, କଟକ, ଚୌଦ୍ୱାରା ଏସ୍ଡିପିଓ ଉମାକାନ୍ତ ନାୟକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବିଶ୍ୱରଞ୍ଜନ କର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀନାରାୟଣ ମହାନ୍ତି, ଯୁବ ଉଦ୍ୟୋଗୀ ତଥା ଜଗନ୍ନାଥ ମଲ୍ଟି ସ୍ପେସିଆଲିଟି ହସପିଟାଲର ପରିଚାଳକ ପ୍ରଦୀପ୍ତ କୁମାର କୁମାର ସ୍ୱାଇଁଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବକୁ ସାମ୍ବାଦିକ ବିମଳ ପତି, ଆନନ୍ଦ ଚନ୍ଦ୍ର ମହାରଣା, ପ୍ରଫୁଲ୍ଲ କୁମାର ରାଉତ, ସେକ୍ ଆଲାଉଦିନ, ତ୍ରିଲୋଚନ ବେହେରା, ଗୟାଧର ନାୟକ, ଦୀପକ ଦାସ, ଶୁଶାନ୍ତ ନାୟକ, ଗଗନ ଦାସ, ଅଶୋକ ଦାସ, ଶୁଶାନ୍ତ ଗୋଚ୍ଛାୟତ, ଶିବପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।