ସମାଜସେବୀଙ୍କ ସ୍ମୃତିସଭା

 ଧାମନଗର : ଧାମନଗର ନିକଟସ୍ତ  ଦକ୍ଷିଣବାଡ ଗ୍ରାମର  ସମାଜସେବୀ ସ୍ୱର୍ଗତ ଚନ୍ଦ୍ରମଣି ଜେନାଙ୍କ ଏକାଦଶାହ କ୍ରିୟାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାୟତ୍ରୀ ପଡିଆରେ ମହେଶ୍ୱର ସ୍ୱାଇଁ ଓ ସଚ୍ଚିକାନ୍ତ ପଣ୍ଡାଙ୍କ ସଂଯୋଜନାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଆଡିଶିନାଲ ଏସପି ଅଂଶୁମାନ ଦୀବେଦୀ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ହେମେନ୍ଦ୍ର ନାଥ ମହାନ୍ତି, ଶିକ୍ଷାବିତ ରସାନନ୍ଦ ମହାପାତ୍ର, ଅଭିମନୁ୍ୟ ମଲ୍ଲିକ, ହୃଦାନନ୍ଦ କର, ନିରାକାର ଧଳ, ରାମଚନ୍ଦ୍ର ସାହୁ, କଂଗ୍ରେସ ନେତା ହୃଦାନନ୍ଦ ସେଠୀ, ବିଦ୍ୟାଧର ଜେନା, ନରେନ୍ଦ୍ର ମଲିକ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ଚନ୍ଦ୍ରମଣି ଜେନାଙ୍କ ସ୍ମୃତିଚାରଣ କରିଥିଲ । ସ୍ୱର୍ଗତ ଜେନାଙ୍କ ପୁଅ ଡା. ଅଜିତ ପ୍ରସାଦ ଜେନା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।