ସାରସ୍ୱତ ସଂଘର ସାଙ୍ଗଠନିକ ବୈଠକ
ପାରାଦୀପ : ପୁରୀ ନୀଳାଚଳ ସାରସ୍ୱତ କେନ୍ଦ୍ର ଆସନ ଅଧିନସ୍ଥ ଜଗତସିଂହପୁର ଜିଲ୍ଲା ସାରସ୍ୱତ ସଂଘର ଏକ ସାଙ୍ଗଠନିକ ବୈଠକ ପାରାଦୀପ ଶାଖା ସଂଘରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସସଂଘ ଶାଖାର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କର ଶିଷ୍ୟ, ସେବକ ଓ ସେବିକା ତଥା ଗୁରୁ ଭାଇମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସରସ୍ୱତୀ ଦେବଙ୍କ ବିଭିନ୍ନ ପୂଜା ନୀତି, ସେବାକାର୍ଯ୍ୟ, ପାଳି ସେବା, ଆଶ୍ରମ ମାନଙ୍କର ଉନ୍ନତି ଓ ବିଭିନ୍ନ ସମସ୍ୟା ସମାଧାନ, ଗୃହ ଆଶ୍ରମରେ ପୂଜା ନୀତି, ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ସାରସ୍ୱତ ସଂଘର ସଭାପତି ବୀର କିଶୋର ବାରିକ ସଭାପତିତ୍ୱ କରିଥିବା ବେଳେ ପାରାଦୀପ ଶାଖା ସଂଘର ସଭାପତି ସୁଧାକର ମନ୍ତ୍ରୀ, ଭୁତମୁଣ୍ଡାଇ ଶାଖା ସଭାପତି ବ୍ରହ୍ମାନନ୍ଦ ବେହେରା, ସାରସ୍ୱତ ସଙ୍ଘ ସମ୍ପାଦକ ନରେନ୍ଦ୍ର କୁମାର ନନ୍ଦ, ସହ ସମ୍ପାଦକ ଅମର ନାଥ ପରିଡା, ପାରାଦୀପ ଶାଖା ସମ୍ପାଦକ ତ୍ରୈ÷ଲୋକ୍ୟ ନାଥ ସାହୁଙ୍କ ସମେତ ଶକ୍ତି ଚୈତନ୍ୟ ନନ୍ଦ, ଦେବବ୍ରତ ପ୍ରଧାନ, ଅସିତ କୁମାର ସାହୁ, ରମାକାନ୍ତ ମିଶ୍ର, ସୁଧାଂଶୁ ଶେଖର ଜେନା, ଅରବିନ୍ଦ ରାୟ, ଦୀପକ କୁମାର ପାଢ଼ୀ, ପ୍ରଦୁ୍ୟମ୍ନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।