ଠେଙ୍ଗାରେ ପିଟି ହତ୍ୟା 

 ନୂଆପଡା : ସାମାନ୍ୟ ଘଟଣାକୁ ନେଇ ନୂଆପଡ଼ା ଥାନା ଟାୱନଟ ଗାଁରେ ହତ୍ୟାକାଣ୍ଡ ହୋଇଛି । ଟ୍ରାକ୍ଟର ଧକ୍କାରେ ଘରର ଖପର ପଡ଼ିଗଲା ବୋଲି ବଡ଼ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସାନଭାଇ । ମୃତକ ଜଣକ ହେଲେ ପୁନିଚନ ବିଶ୍ୱାଳ(୪୫) । ଅଭିଯୁକ୍ତ ସାନଭାଇ ନେମିଚନ ବିଶ୍ୱାଳ(୪୦) ଙ୍କୁ ପୁଲିସ ଅଟକ ରଖିପଚରାଉଚୁରା କରୁଛି । 
ଟାନୱଟ ଗାଁର ଦୁଇଭାଇ ପୁନିଚନ ଓ ନେମିଚନଙ୍କ ମଧ୍ୟରେ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘବର୍ଷରୁ ବିବାଦ ଲାଗିଥିଲା । ପୁନିଚନ ଜଣେ ଟ୍ରାକ୍ଟର ଡ୍ରାଇଭର । ଆଜି ଅପରାହ୍ନରେ ପୁନିଚନ ମଧ୍ୟାହ୍ନ ଭୋଜନ ପାଇଁ ଟ୍ରାକ୍ଟର ଧରି ଘରକୁ ଯାଇଥିଲେ । ଏହି ସମୟରେ ତାଙ୍କ ଟ୍ରାକ୍ଟର ସାନଭାଇ ନେମିଚନଙ୍କ ଘରକୁ ଲାଗିଯିବାରୁ ଖପର ତଳେ ପଡ଼ିଯାଇଥିଲା । କେତେକ ଏଥିରେ ନେମିଚନ ଉତକ୍ଷିପ୍ତ ହୋଇ ବଡ଼ଭାଇପୁନିଚନଙ୍କ ସହ  ଉଭୟଙ୍କ ଯୁକ୍ତିତର୍କ କ୍ରମେ ଝଗଡ଼ାର ରୂପ ନେଇଥିଲା ସାନଭାଇ ନେମିଚନ ଏକ ଠେଙ୍ଗା ଆଣି ବଡ଼ଭାଇ ପୁନିଚନଙ୍କୁ ନିଧୁମ ପିଟିଥିଲେ । ପୁନିଚନ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନେମିଚନ ପିଛା କରିଥିଲେ । ଟାନୱଟ୍ ଗାଁ ମଧ୍ୟସ୍ଥ ବସଷ୍ଟାଣ୍ଡ ନିକଟରେ ପୁନିଚନ ତଳେ ପଡ଼ିଯିବାରୁ ତାଙ୍କ ଗଳାରେ ଠେଙ୍ଗାଦେଇ ମାଡ଼ି ଦେଇଥିଲେ । ଗ୍ରାମବାସୀ ବହୁ କଷ୍ଟରେ ଦୁଇଭାଇଙ୍କ ଝଗଡ଼ାକୁ ବନ୍ଦ କରିଥିଲେ । ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ପୁନିଚନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ । ସେଠାରେ ପୁନିଚନଙ୍କୁ ଡାକ୍ତର ମୃତଘୋଷଣା କରିଥିଲେ । ଖବର ପାଇ ନୂଆପଡ଼ା ଥାନା ପୁଲିସ ଗାଁରେ ପହଞ୍ଚି ନେମିଚନଙ୍କୁ କାବୁ କରିଥିଲେ । ସନ୍ଧ୍ୟାରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡରେ ବ୍ୟବହୃହ ଠେଙ୍ଗାକୁ ପୁଲିସ ଜବତ କରିଛି । ଏନେଇ ନୂଆପଡ଼ା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କୁ ପଚାରିବାରୁ ଘଟଣାର ଅଧୂକ ତଦନ୍ତ ଚାଲିଛି, ଆବଶ୍ୟକ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।