ସାହାଯ୍ୟ କରିବାକୁ ଯାଇ ଜୀବନ ହାରିଲେ ଯୁବକ
ନାଉଗାଁ: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଜଣେ ଯୁବକ ନିଜେ ଆରପାରିକୁ ଚାଲିଯାଇଥିବା ଘଟଣା ଏବେ ନାଉଗାଁ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁସାରେ ମହାରାଷ୍ଟ୍ର ଅଞ୍ଚଳରୁ କିଛି ଲୋକ ଏକ ଟ୍ରାଭେରା ଗାଡ଼ିରେ ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି କୋଣାର୍କ ଆସୁଥିବା ସମୟରେ ପୁରୀ କୋଣାର୍କ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଉକ୍ତ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଆହତ ଅବସ୍ଥାରେ ଗାଡିରୁ ବାହାରକୁ ବାହାରି ଆସିଥିବା ବେଳେ ଗାଡ଼ିଚାଳକ କିନ୍ତୁ ଗାଡିରୁ ବାହାରି ପାରିନଥିଲେ । ସେହି ସମୟରେ ନାଉଗାଁ ବ୍ଲକ ନିକଟସ୍ଥ ନାନିକିପଡା ଅଞ୍ଚଳର କାଳନ୍ଦୀ ପଢ଼ିହାରୀଙ୍କ ପୁଅ ରଞ୍ଜିବ ପଢ଼ିହାରୀ ଯିଏ କି ନିଜ ମାମୁଁ ଘରେ ନାଉଗାଁରେ ରୁହନ୍ତି ସେହିବାଟ ଦେଇ ସୁନାବେଶ ଦେଖି ତାଙ୍କ ସାଙ୍ଗମାନଙ୍କ ସହ ଏକ ଚାରିଚକିଆ ଗାଡ଼ିରେ ନାଉଗାଁ ଫେରୁଥିବା ବେଳେ ଦୁର୍ଘଟଣା ସ୍ଥାନରେ ଉକ୍ତ ଗାଡ଼ିଚାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଦୁର୍ଘଟଣା ଘଟିଥିବା ୧୧ କେଭି ବିଦୁ୍ୟତ୍ ଖୁଣ୍ଟ ତାର ସଂସ୍ପର୍ଶରେ ରହିଥିଲା । ରଞ୍ଜୀବ ଜାଣିନପାରି ଡ୍ରାଇଭରକୁ ଉଦ୍ଧାର ପାଇଁ ଖୁଣ୍ଟକୁ ଛୁଇଁବା ମାତ୍ରେ ସେହିଠାରେ ଜଳିଯାଇଥିଲେ । ଏହି ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ମୃତୁ୍ୟକୁ ନେଇ ଏକ ଶୋକର ପରିବେଶ ସୃଷ୍ଟି ହୋଇଛି ।