ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଶୋକ
ପାରାଦୀପ: ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ତଥା ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ମହାନ୍ତି (୮୫) ଙ୍କ ଜଗତସିଂହପୁର କଲେଜ ଛକ ନିକଟସ୍ଥ ତାଙ୍କ୍ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘବର୍ଷ ଧରି ସଭାପତି ଭାବେ ଜଗତସିଂହପୁର ଜିଲ୍ଲା ବିଜେପି ଦାୟିତ୍ୱ ତୁଲାଇବା ସହ ଜିଲ୍ଲାର ଆଗ ଧାଡ଼ିର ଜଣେ ଭଲ ଆଇନଜୀବୀ ଭାବେ ନିଜର ପରିଚୟ ସୃଷ୍ଟିକରି ପାରିଥିଲେ । ତାଙ୍କ ବିୟୋଗରେ ଜଗତସିଂହପୁର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେହାନ୍ତ ଖବର ଶୁଣି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ସେହିପରି ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ଅଜୟ ଦାଶ, ମୋତିଚାନ୍ଦ ଦାସ, ଶଶାଙ୍କ ଆଚାର୍ଯ୍ୟ, ରାମଚନ୍ଦ୍ର ସ୍ୱାଇଁ, ନିତ୍ୟାନନ୍ଦ ବରାଳ, ସୁକାନ୍ତ ମହାନ୍ତି, ସର୍ବେଶ୍ୱର ବଳିୟାରସିଂହ, ନୃସିଂହ ସାହୁ, କୈଳାସ ମଲ୍ଲିକ, ଆଦିତ୍ୟ ରାଉତରାୟ, ସଞ୍ଜୀବ ମିଶ୍ର, ସୁବ୍ରତ ପ୍ରଧାନ, ସର୍ବେଶ୍ୱର ଜେନା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।