ସିଏଫସି ପକ୍ଷରୁ ଆଡଭାନ୍ସଡ ରେଟିନାଲ ସର୍ଭିସର ଶୁଭାରମ୍ଭ

 ଭୁବନେଶ୍ୱର  : ଭାରତର ଅଗ୍ରଣୀ ସୁପର-ସ୍ପେଶାଲିଟି ଆଇ ହସ୍ପିଟାଲ ଶୃଙ୍ଖଳା ସେଣ୍ଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଭୁବନେଶ୍ୱରରେ ଏହାର ଆଡଭାନ୍ସଡ ରେଟିନା ସେବାର ଶୁଭାରମ୍ଭ ଘୋଷଣା କରିଛି  । ଏହି ଅବସରରେ ସେଣ୍ଟର ଫର୍ ସାଇଟ ପକ୍ଷରୁ ଭିଟ୍ରିଓ ରେଟିନାଲ ସର୍ଭିସ ପାଇଁ ଏହାର ସିନିଅର କନ୍ସଲ୍ଟାଂଟ ଭାବେ ଭାରତର ଅଗ୍ରଣୀ ଭିଟ୍ରିଓ ରେଟିନାଲ ସର୍ଜନ ଡକ୍ଟର ସମର୍ଥ ମିଶ୍ରଙ୍କୁ ସ୍ୱାଗତ କରାଯାଇଛି । ଭୁବନେଶ୍ୱରରେ ନୂଆ କରି ଉଦ୍ଘାଟିତ ରେଟିନା ୟୁନିଟ ଡାଇବେଟିକ ରେଟିନୋପାଥି, ରେଟିନାଲ ଡିଟାଚମେଂଟ, ଏଜ-ରିଲେଟେଡ ମାକୁ୍ୟଲାର ଡିଜେନେରେଶନ (ଏଆରଏମଡି), ମାକୁ୍ୟଲାର ହୋଲ୍ ଓ ଜଟିଳ ଭିଟ୍ରିଓ ରେଟିନାଲ ରୋଗ ଭଳି ଏକ ବିସ୍ତୃତ ଶୃଙ୍ଖଳାର ରେଟିନା ରୋଗର ନିଦାନ ଓ ଚିକିସôା କରିବା ପାଇଁ ସୁସଜ୍ଜିତ ରହିଛି । ଏହି ଶୁଭାରମ୍ଭ ସିନିଅର କନ୍ସଲଟାଂଟ ଡକ୍ଟର ସମର୍ଥ ମିଶ୍ର କହିଛନ୍ତି, “ରେଟିନା ସମ୍ବନ୍ଧିତ ରୋଗଗୁଡିକ ପ୍ରାୟତଃ ନୀରବରେ ଗମ୍ଭୀର ସ୍ଥିତି ଆଡକୁ ଅଗ୍ରସର କରିଥାଏ ଏବଂ ଏହାକୁ ସଠିକ ସମୟରେ ଚିକିସôା କରାନଗଲେ ତାହା ଅପରିବର୍ତନୀୟ ଦୃଷ୍ଟିଶକ୍ତି କ୍ଷୟର କାରଣ ହୋଇପାରେ । ସେଣ୍ଟର ଫର୍ ସାଇଟ ଭୁବନେଶ୍ୱରରେ ଏହି ଡେଡିକେଟେଡ ରେଟିନା ୟୁନିଟ ସହିତ ଓଡିଶାର ରୋଗୀମାନେ ଏବେ ସ୍ଥାନୀୟ ରୂପେ ଆଧୁନିକ ଡାଇଗ୍ନୋଷ୍ଟିକ ଓ ସର୍ଜିକାଲ କେୟାର ପାଇପାରିବେ ।