ସିଏମ୍ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନ୍ସିପ୍ ଆରମ୍ଭ

 ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନସିପ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହା କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ଆରମ୍ଭ ହୋଇଯାଇଛି ।
ସିଏମ୍ ଟ୍ରଫି ଫୁଟବଲ ଚାମ୍ପିଅନସିପ୍ ପ୍ରତିଯୋଗିତା ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍ ବର୍ଗ ପାଇଁ ଆୟୋଜିତ କରାଯାଉଛି ।
ପ୍ରଥମ ଭାଗରେ ରାଜ୍ୟର ୧୬ଟି ସ୍ଥାନ ଅନୁଗୁଳ, ବଲାଙ୍ଗିର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲାରେ ସିଏମ୍ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଛି । ସିଏମ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନସିପ୍ର ଆୟୋଜନ ହେବା ସମ୍ବନ୍ଧରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ । ସିଏମ୍ ଟ୍ରଫି ଫୁଟ୍ବଲ୍ ଚାମ୍ପିଅନସିପ୍ର ଆୟୋଜନ ମାଧ୍ୟମରେ ତୃଣମୂଳସ୍ତରରେ କ୍ରୀଡ଼ାବିତମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରାଯାଉଛି ।