ବଦଳିବ ସରକାରୀ କୋଠା ରଙ୍ଗ
govt building
କମଳା ରଙ୍ଗରେ ନାଲି ବର୍ଡର
ଭୁବନେଶ୍ୱର : ସରକାରୀ କୋଠାର ରଙ୍ଗ ବଦଳିଯିବ । କାନ୍ଥରେ କମଳା ରଙ୍ଗ ମରାଯିବା ସହ ବର୍ଡରରେ ନାଲି ରଙ୍ଗ ଦିଆଯିବ । ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ମୁଖ୍ୟଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି ।
ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ରାଜ୍ୟ ସରକାର ସମସ୍ତ ସରକାରୀ କୋଠାକୁ ଗୋଟିଏ ରଙ୍ଗରେ ରଙ୍ଗାୟିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନୂତନ ସରକାରୀ କୋଠାରେ ଓ ସମୟାନୁକ୍ରମେ ମରାମତି ହେବାକୁ ଥିବା ପୁରୁଣା କୋଠାରେ କମଳା ଓ ନାଲି ରଙ୍ଗ ଦିଆଯିବ । କାନ୍ଥରେ କମଳା ସେଡ଼୍ (ଆରଜିବି ୨୫୪, ୧୯୦, ୧୫୨) ଓ ବଡର଼୍ରରେ ରେଡ଼୍ ସେଡ଼୍ (ଆରଜିବି ୧୭୭, ୮୫, ୭୯) ରଙ୍ଗ ମାରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି ।
ଏନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ବର୍ଷା ଦିନ ପରେ ଅନେକ ସରକାରୀ କୋଠାର ନବୀକରଣ କରାଯାଏ । ତେଣୁ ଯେଉଁ କୋଠାଗୁଡ଼ିକ ନବୀକରଣ କରାଯିବ ସେଠାରେ ନୂତନ କଲର କୋଡ଼ ଅନୁସାରେ ରଙ୍ଗ ମରାଯିବ । ନିର୍ମାଣାଧିନ କୋଠାଗୁଡ଼ିକରେ ଏବେ କମଳା ଓ ନାଲି ରଙ୍ଗ ମରାଯିବ ବୋଲି କହିଛନ୍ତି ।